ଆଇସିସି ପକ୍ଷରୁ ଜିଏସ୍ଟି ସଂଶୋଧନ ଉପରେ କର୍ମଶାଳା
ମୁମ୍ବାଇ (ଏଜେନ୍ସି): ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଜିଏସ୍ଟିରେ କରାଯାଇଥିବା ନୂଆ ସଂଶୋଧନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଉକ୍ତ କର୍ମଶାଳାରେ ଭିନ୍ନ ଭିନ୍ନ ଉଦ୍ୟୋଗରୁ ପାଖାପାଖି ୮୦ ଜଣ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଏହି କର୍ମଶାଳାକୁ ପରିଚୟ ପ୍ରଦାନ କରି ଆଇସିସିର କୋ-ଚେୟାରମ୍ୟାନ୍ ଜେବି ପାଣି ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ ଏହାଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅନେକ ଲାଭ ଓ ବୃଦ୍ଧି ପାଇବ ବୋଲି ଜିଏସ୍ଟି କାଉନ୍ସିଲ୍ରେ ଘୋଷଣା କରାଯାଇଥିବା ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ନରେଶ ପେନୁମକା, ଆଇଆର୍ଏସ୍, ଚିଫ୍ କମିଶନର୍, ଜିଏସ୍ଟି, ସେଣ୍ଟ୍ରାଲ୍ ଏକ୍ସାଇଜ୍ ଆଣ୍ଡ୍ କଷ୍ଟମ୍ସ ଉପସ୍ଥିତ ରହି ଜିଏସ୍ଟିରେ କରାଯାଇଥିବା ଅନେକ ସକରାତ୍ମକ ସଂଶୋଧନ ଓ ପରିବର୍ତ୍ତନଗୁଡ଼ିକୁ ପ୍ରକାଶ କରିଥିଲେ, ଯେଉଁଗୁଡ଼ିକ ଶିଳ୍ପ କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଉପଯୁକ୍ତ ।


