ତେଲେଙ୍ଗାନାରୁ ହାଇଦର ଗିରଫ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପୁଣି ଥରେ ଗିରଫ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ବଡ଼ମେଡିକାଲରୁ ଫେରାରହୋଇଯାଇଥିବା ସେକ୍ ହାଇଦରକୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ସଂଧ୍ୟାରେ ସୂଚନା ଦେଇଛନ୍ତି । ୨୪ ଘଂଟା ମଧ୍ୟରେ ହାଇଦରକୁ ଭୁବନେଶ୍ୱର ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ହାଇଦର ଗିରଫ ହେବା ପରେ ଟୁଇଟ୍ କରି ସାବାସୀ ଦେଇଛନ୍ତି ପୋଲିସ୍ ଡିଜି ଶ୍ରୀ ଅଭୟ ।ଏଥିପାଇଁ ସେ ପୋଲିସ କମିଶନର ଓ କଟକ ଡିସିପିଙ୍କୁ ପ୍ରଂଶସା କରିଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଂଚିବା ପରେ ଓଡ଼ିଶା ପୋଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୋଲିସ ଓ ହାଇଦ୍ରାବାଦ୍ ପୋଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା । କଟକରୁ ଯାଇଥିବା ୨ଟି ପୋଲିସ ଟିମ୍ ତେଲେଙ୍ଗାନା ପୋଲିସ ସହ ଯୋଗାଯୋଗ ରଖିଥିଲା । ଆଜି ହାଇଦର ଏକ ବାଇକ୍ ରେ ଯାଉଥିବା ବେଳେ ପୋଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଥିଲା ।ସୂଚନାଯୋଗ୍ୟ ଯେ କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଆସି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ସେଠାରୁ ଗତ ୧୦ ତାରିଖରେ ଫେରାର୍ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ