ଅଗ୍ନିଶ୍ରମ ବିଭାଗ ପକ୍ଷରୁ ମକଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର (ଦେବଦତ୍ତ ମହାରଣା): ଗତକାଲି ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶ୍ରମ ସେବା ସପ୍ତାହ ପାଳନ ହେଉଛି । ଏହାର ଦ୍ୱିତୀୟ ଦିନ ଅବସରରେ ଛତ୍ରପୁର ଅଗ୍ନିଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ହଠାତ୍ ନିଆଁ ଲାଗିଲେ କେମିତି ସଥିରୁ ନିଜକୁ ରକ୍ଷା କରିବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ଗ୍ୟାସ ରେ ଲାଗିଥିବା ନିଆଁକୁ କିପରି ଆୟତ୍ତ କରିବା ଆଦି ସଂପର୍କରେ ରୋଗୀମାନଙ୍କ ସହିତ ଡାକ୍ତର ଓ ମେଡିକାଲ ର ସମସ୍ତ କର୍ମଚାରୀମାନଙ୍କୁ ସଚେତନ କରାଯିବା ସହିତ ଫାୟର କର୍ମଚାରୀ ମାନେ ମକଡ୍ରିଲ କରିଥିଲେ । ଏହି ମକଡ୍ରିଲରେ ଆସିଷ୍ଟାଣ୍ଡ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି, ମୁଖ୍ୟ ଫାୟାର ମ୍ୟାନ ଅଭିରାମ ନାୟକ ଓ ପ୍ରଭାକର ଜେନା, ଡ୍ରାଇଭର ଓ ହାବିଲଦାର ରାକେଶ ମାନସିଂହ ଓ ଦିପ୍ତି ରଞ୍ଜନ ସ୍ୱାଇଁ, ଫାୟାରମ୍ୟାନ ଡ୍ରାଇଭର ଚନ୍ଦ୍ର ଶେଖର ସାମନ୍ତରା, ଫାୟାରମ୍ୟାନ କାହ୍ନୁ ଶ୍ରୀ ଚରଣ ପରିଡା, କିଶାନ ମାଝି, ଉମାକାନ୍ତ ମାଝି, ଗୋବର୍ଦ୍ଧନ ବେହେରା, ଜଗନ୍ନାଥ ଦାସ, ତପନ କୁମାର ବେହେରା, ରଶ୍ମି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ସୁପରିଟେଣ୍ଟେଣ୍ଟ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୌଡ, ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ନିର୍ମଳ ସୁପରଭାଇଜର ରବି ନାରାୟଣ ବେହେରାଙ୍କ ସମେତ ବହୁ ମେଡିକାଲ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ