ଅମାନିଆଙ୍କୁ ତ୍ରାହି ନାହିଁ : ଆଜିଠୁ ବ୍ରହ୍ମପୁରରେ ନାଇଟ୍ କର୍ଫ୍ୟୁ ଆରମ୍ଭ

ବ୍ରହ୍ମପୁରରେ ଅମାନିଆଙ୍କୁ ନିସ୍ତାର ନାହିଁ । ଏବେ ବ୍ରହ୍ମପୁର ପୋଲିସ ଆକ୍ସନ ମୁଡ଼୍‌କୁ ଆସିଥିବା ବେଳେ ସାରା ରାଜ୍ୟରେ ରାତ୍ରିକାଳିନ କର୍ଫୁ ମଧ୍ୟ ଲାଗିଛି । ବଢ଼ୁଥିବା କରୋନାକୁ ନେଇ ବ୍ରହ୍ମପୁର ଜିଲ୍ଲାରେ ଆଜିଠୁ ଲାଗୁ ହେବ ନାଇଟ୍‌କର୍ଫ୍ୟୁ । ବ୍ରହ୍ମପୁର ପୋଲିସ ସହିତ ବିଏମ୍‌ସି ଓ ଟ୍ରାଫିକ୍ ପୋଲିସ ମିଳିତ ଭାବେ କାର୍ଯ୍ୟକୁ ତୁଲାଇବେ । ନାଇଟ୍ କର୍ଫ୍ୟୁ ପରେ ରାତ୍ରି ୯ ପରେ କେବଳ ଜରୁରୀ ସେବା ଛଡ଼ା ଆଉ କେଉଁମାନଙ୍କୁ ଛଡ଼ାଯିବ ନାହିଁ । ଏହି ସମୟରେ ଯାତ୍ରୀଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ମେଡିକାଲ୍ କାର୍ଯ୍ୟ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯଦି ଏହି ସମୟରେ ବାହାରନ୍ତି ତେବେ ଉପଯୁକ୍ତ ପ୍ରମାଣପତ୍ର ସହ ସତ୍ୟତାକୁ ଆଧାର କରି ଉକ୍ତ ବ୍ୟକ୍ତିକୁ ଛଡ଼ା ଯାଇପାରେ । ମାସ୍କକୁ ବାଧ୍ୟତାମୂଳକ ସହିତ ଯେଉଁମାନେ ମାସ୍କ ପିନ୍ଧି ନଥିବେ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ । ଏହି ନାଇଟ୍ କର୍ଫ୍ୟୁରେ ମେଡିସିନ ଦୋକାନ ଖୋଲା ରହିବ । ଗଞ୍ଜାମରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ନାଇଟ୍‌କର୍ଫ୍ୟୁ ରାତ୍ରି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ