ତୈମୁରଙ୍କ ରାଗ
ମୁମ୍ବାଇ: ଷ୍ଟାର କିଡ୍ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍ ପରିଚିତ । କାରଣ ହେଉଛି ତାଙ୍କର ଫଟୋ ଦେଖି ଅଧିକାଂଶ ଦର୍ଶକେ ଫିଦା ହୋଇଯାଆନ୍ତି । ଏବେ କିନ୍ତୁ ତୈମୁରଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି କେହି ଏହା ତୈମୁରଙ୍କର ବୋଲି ବିଶ୍ୱାସ କରିପାରୁ ନାହାଁନ୍ତି । କାରଣ ପ୍ରଥମ ଥର ଏହି କ୍ୟୁଟ ବେବିଙ୍କ ରାଗ ଦେଖିବାକୁ ମିଳିଛି । ଭିଡିଓଟି ଦୀପାବଳି ଦିନର ବୋଲି ଜଣାପଡିଛି । ସେଦିନ ମା’ କରିନା କପୁର ଖାଁଙ୍କ ସହ ତୈମୁର କିଛି ବାଣ ଧରି ଯାଉଥିବା ସମୟରେ ଫଟୋଗ୍ରାଫରମାନେ ତାଙ୍କୁ “ହାପି ଦିୱାଲି ତୈମୁର’ ବୋଲି କୁହାଥିବା ଦେଖାଯାଇଛି । ହେଲେ ଏହା ବାଧହୁଏ ତୈମୁରଙ୍କୁ ପସନ୍ଦ ନ ଥିଲା ସେଥିପାଇଁ ସେ ନା ନା ବୋଲି କହି ଚାଲିଛନ୍ତି । ହେଲେ ଫଟୋଗ୍ରାଫରମାନେ ତାଙ୍କୁ ବାରମ୍ବାର ହାପି ଦିୱାଲି କହିବା ପରେ କରିନା ତୈମୁରଙ୍କୁ କହୁଛନ୍ତି ସମସ୍ତଙ୍କୁ ହାପି ଦିୱାଲି କୁହ । ଏହାପରେ ତୈମୁର ସମସ୍ତଙ୍କୁ ହାପି ଦିୱାଲି କହି ସେଠାରୁ ଚାଲି ଯାଉଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ତଥା ଖବରର ଶିରୋନାମାରେ ରହୁଥିବା କରିନା ଓ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି ।