ଭିଜିଲାନ୍ସ ଜାଲରେ ଶଙ୍କର ରେଡ୍ଡି ,ବାଲାଜି ନାଏକ
ସମ୍ବଲପୁର ସିଭିଡିଓ କନିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ଫଶିଛନ୍ତି ।ଅବସର ପ୍ରାପ୍ତ କର୍ମକତ୍ତାଙ୍କ ଠାରୁ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସମ୍ବଲପୁର କନିଷ୍ଠ କିରାଣୀ ଶଙ୍କର ରେଡ୍ଡି । ରେଡ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଠିକ୍ ସେହିପରି ମାଲକାନଗିରି ଜିଲ୍ଲା ଫାଣ୍ଡି ଅଧିକାରୀ ବାଲାଜି ନାଏକ ୨ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳର ସମସ୍ୟା ସମାଧାନ ପାଇଁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡି ଗିରଫ ହୋଇଛନ୍ତି ।