ହାଟଡିହି ତହସିଲରେ ଅବ୍ୟବସ୍ଥା, ଲୋକେ ହିନସ୍ତା

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ତହସିଲରେ ନାନା ଅବ୍ୟବସ୍ଥା ଦେଖା ଦେଉଛି । କର୍ମଚାରୀ ମାନଙ୍କ ମନମାନି ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମି ପଟ୍ଟା ପାଇଁ ଲୋକମାନେ ମାସ ମାସ ଧରି ଦୌଡୁଥିବାବେଳେ କର୍ମଚାରୀ ମାନେ କାଲି ଆସ ପହରଦିନ ଆସ ବୋଲି କହି ସମୟ ଗଡାଉଛନ୍ତି । ସେହିପରି ଅନଲାଇନ ମାଧ୍ୟମରେ ଇସିଇ ବାହାରୁଥିଲେବି କର୍ମଚାୀ ମାନେ ତାହାକୁ ୫/୭ଦିନ ଗଡାଇ ଦେଉଛନ୍ତି । ଯାହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶାଳବଣିର ପ୍ରମୋଦ ବାରିକ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ ପ୍ଲଟର ଇସିଇ ବାହାର କରିବାକୁ ଗତ ଗୁରୁବାର ଦିନ ଆବଦେନ କରି ଆବଶ୍ୟକ ଅର୍ଥ ଜମା କରିଥିଲେ । ଅଫିସରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କୁ ଗୁରୁବାର ଦିନ ଆସ ନେଇଯିବ ବୋଲି କହି ଫେରାଇ ଦେଇଥିଲେ । ଗୁରୁବାର ଦିନ ଆସିବାରୁ ଅପେକ୍ଷା କର ତହସିଲଦାର ଆସନ୍ତୁ ନେଇଯିବ ବୋଲି କହି ସକାଳ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରାଇ ଆସନ୍ତା କାଲି ଆସ ବୋଲି କହି ଫେରାଇଦେଇôତଲେ । ଶୁବକ୍ରବାର ଦିନ ଆସିବାରୁ ତହସିଲଦର ଟ୍ରେନିଂରେ ପଳାଇଲେ ୨୫ଦିନ ପରେ ଆସିବ ବୋଲି କହି ଫେରାଇ ଦେିôତଲେ । ତାଙ୍କର ଏହି ଇସିଇ ଟି ଅତି ଜରୁରୀ ଥିବାରୁ ସେ ଅତିରିକ୍ତ ତହସିଲଦାର ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଜଣାଇôତଲେବି କୌଣସି ସୁଫଳ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି । ଖାଲି ଏହି ଜଣେ ବ୍ୟକ୍ତି ନୁହଁନ୍ତି ନିତିଦିନ ଏହିପରି ଶହଶହ ଲୋକ ବିଭିନ୍ନ କାର୍ଯ୍ୟପାିଁ ହଇରାଣ ହରକତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ