ଭାରତୀୟ କ୍ଷେତ ମଜଦୁର ସଂଘର ୮ଦଫା ଦାବି ପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଭାରତୀୟ କ୍ଷେତମଜଦୂର ୟୁନିଅନ ଓଡିଶା ରାଜ୍ୟ କମିଟି ତରଫରୁ ୮ଦଫା ଦାବୀ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହି ୮ ଦଫା ଦାବି ପ୍ରମୁଖ ମଧ୍ୟରେ ମୁଖ୍ୟତଃ ୩ କଳା କୃଷିଆଇନ କୁ ପ୍ରତ୍ୟାହାର କରିବା, ପ୍ରଚଳିତ ୪ଶ୍ରମିକ ବିରୋଧୀ କୋଡକୁ ପ୍ରତ୍ୟାହାର କରିବା, ମନେରେଗାରେ ଲାଗୁ କରାଯାଇଥିବା କେନ୍ଦ୍ରୀୟ ଏଡଭାଇଜରୀକୁ ପ୍ରତ୍ୟାହାର କରିବା, କୃଷିଶ୍ରମିକ ମାନଙ୍କ ଲାଗି କଲ୍ୟାଣ ଯୋଜନା ଗଠନ କରିବା, ୫୫ବର୍ଷରେ ପଦାପର୍ଣ କରିଥିବା କୃଷିଶ୍ରମିକ ମାନଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ପ୍ରଦାନ କରିବା, କୃଷିଶ୍ରମିକ ମାନଙ୍କୁ ଦୈନିକ ୬୦୦ଟଙ୍କା ମଜୁରୀ ପ୍ରଦାନ କରିବା, ଗରିବ ଓ ଭୂମୀହିନଙ୍କୁ ଘର ଓ ଜମି ପଟ୍ଟା ଯୋଗାଇଦେବା ଆଦି ଦାବି ରହିଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଭାରତୀୟ କ୍ଷେତମଜଦୁର ୟୁନିୟନର ରାଜ୍ୟ ପରିଷଦର ସଭାପତି ଜେନା ସୁବାଷ ଚନ୍ଦ୍ର ରାଓ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ