ବିଭିନ୍ନ ସମସ୍ୟା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ. ବିଭୁ ପ୍ରସାଦ ତରାଇଙ୍କ ନିର୍ଦେଶ କ୍ରମେ ଓ ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କର ରାଜ୍ୟରେ କ୍ରମାଗତ ଭାବେ ଅନୁସୂଚିତ ଜାତି ସମୁଦାୟଙ୍କ ଉପରେ ଘଟୁଥିବା ଅତ୍ୟାଚାର ପ୍ରତିବାଦରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ବିଧାୟକ ସନାତନ ବିଜୁଳିଙ୍କ ବକ୍ତ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ଓ ଆଳି ଥାନା ଅନ୍ତର୍ଗତ ବାଳକାଟି ପଂଚାୟତର ବାଳକାଟି ମୌଜାର ନବକିଶୋର ମଲ୍ଲିକଙ୍କ ପୁତ୍ର ହରିଶ୍ ଚନ୍ଦ୍ର ମଲ୍ଲିକ, ବୟସ ୩୫ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ସେ ତାଙ୍କ ପଂଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନିତିର ପର୍ଦାଫାସ କରିବା ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ କରିଥିଲେ ଏଥିରେ ଉତକ୍ତ୍ୟ ହୋଇ ସ୍ଥାନୀୟ ସରପଂଚ ଦିବାକର ନାୟକ ଓ ତାଙ୍କର ପୁତ୍ର ରଞ୍ଜନ ନାୟକ ଓ ତାଙ୍କ ସମର୍ଥକମାନେ ଆଳି ବିଧାୟକ ପ୍ରତାପ ଦେଓଙ୍କ ନିର୍ଦ୍ଦେର୍ଶରେ ଜୁଲାଇ ୧ ତାରିଖ ୨୦୨୧ରେ ସଂଧ୍ୟାବେଳେ ନବକିଶୋର ମଲ୍ଲିକ, ତାଙ୍କ ଭାଇ ଜୟକୃଷ୍ଣ ମଲ୍ଲିକ, ନବଘନଙ୍କ ସ୍ତ୍ରୀ, ତାଙ୍କ ବୋହୁ ଯେ କି ଜଣେ ଭିନ୍ନକ୍ଷମ ମହିଳା ଓ ତାଙ୍କର ଆଠ ବର୍ଷର ନାତି ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ ଏହି ବିଷୟରେ ତାଙ୍କ ପରିବାର ଆଳି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ଥାନା ଅଧିକାରୀ ଏଫଆଇଆର ରଖୁନଥିଲେ । ଏହାପରେ ଏସଡିପିଓଙ୍କ ହସ୍ତକ୍ଷେପ ପରେ ଥାନା ବାବୁ ଏଫଆଇଆର ରୁଜୁ କଲେ କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ୍ କଲେ ନାହିଁ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡ. ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ, ରାଜ୍ୟ ସଂଯୋଜକ ଡ. ରବି ନାରାୟଣ ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ ଓ ଅନ୍ୟମାନେ ବାଳକାଟି ଗ୍ରାମ ଓ ନବକିଶୋର ମଲ୍ଲିକଙ୍କ ଗ୍ରାମକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ । ପ୍ରତିନିଧି ମଣ୍ଡଳୀ ଜାଣିବାକୁ ପାଇଲେ ଯେ ନବକିଶୋର ମଲ୍ଲିକ ଭୟଭୀତ ଅବସ୍ଥାରେ ମାଡ ଖାଇ ଗ୍ରାମ ଛାଡି ବଳିଆ ଭଣ୍ଡା ଗ୍ରାମରେ ଆଶ୍ରୟ ନେଇଛନ୍ତି । ଏହାପରେ ତାଙ୍କ ଠାରୁ ସମସ୍ତ ସତ୍ୟାସତ୍ୟ ତଥ୍ୟ ଜାଣି କେନ୍ଦ୍ରାପଡା ଅତିରିକ୍ତ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଲେ ନବକିଶୋର ମଲ୍ଲିକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା, ଆଳି ଥାନା ଆଇଆଇସିଙ୍କୁ ବଦଳି ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରିଥିଲେ । ଏହାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବରଂ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବା ସହିତକେମିତି ନିର୍ଦୋଷରେ ଖସାଇଦେବେ ତା’ର ଯୋଜନା କଲେ ତେଣୁ ପୋଲିସ ବିଭାଗ ସାଧାରଣ ଜନତାଙ୍କ ସେବା ନକରି ବିଜୁଜନତା ଦଳର ନେତା, କର୍ମୀ ହିସାବରେ କାମ କରୁଥିବା ଆମେ ଅନୁଭବ କଲୁ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଜୁଲାଇ ୧୫ ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଏସପି ଜୁଲାଇ ୨୧ ତାରିଖ ଦିନ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ସହିତ ରାଜ୍ୟ ନେତୃବୃନ୍ଦଙ୍କୁ “ ଆଳି ଥାନା ଅଧିକାରୀଙ୍କୁ ବଦଳି କରିବା, ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ନବକିଶୋର ମଲ୍ଲିକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧୀନରେ ଥିବା ବଂଶ,ଘୋଡାଷ ଓ ନାଉଗାଁ ପଂଚାୟତରେ ଦଳିତ ମହିଳାମାନେ ମନରେଗା କାର୍ଯ୍ୟ କରିଥିଲେ। ମଜୁରୀ ବାବଦକୁ ୨୦୭ଟଙ୍କା + ୫୦ ଟଙ୍କା ଦେବା ପରିବର୍ତେ ମାତ୍ର ୮୨ଟଙ୍କା ସେମାନଙ୍କର ଆକାଉଂଟକୁ ଛାଡିଥିଲେ ଏହାର ପ୍ରତିବାଦରେ ସେମାନେ ନାଉଗାଁ ବ୍ଲକ ଆଗରେ ଧାରଣାରେ ବସିଥିଲେ । ଦୁଃଖର କଥା ଜୁଲାଇ ୨୭ତାରିଖ ରାତି ୨ଟା ସମୟରେ ବିଜୁଜନତା ଦଳର ବଂଶ ପଂଚାୟତର ସରପଂଚ ସନ୍ତୋଷ କୁମାର ଦାସ ଓ ତାଙ୍କର ସମର୍ଥକମାନେ, ଘୋଡାଷ ପଂଚାୟତର ମହିଳା ସରପଂଚଙ୍କ ପୁଅ ମିଟୁ ବାରିକ, ଓ ବିଜେଡି କର୍ମୀ ସମୀର ଦାସ, ଓ ନାଉଗାଁ ପଂଚାୟତର ବିଜେଡି ନେତା ସିଲୁ ନାୟକ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବାହୁଛାୟା ତଳେ ରହି ରାତି ଅଧରେ ମହିଳାମାନଙ୍କ ଉପରେ ଆର୍କମଣ କରିବା ସହିତ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆବେନ୍ଦକରଙ୍କ ଫଟୋଚିତ୍ରକୁ ଗୋଡରେ ଦଳି ଫିଙ୍ଗି ଦେଇଥିଲେ । ଏହାର ପ୍ରତିବାଦରେ ୨୮-୦୭-୨୦୨୧ ଦିନ ମହିଳାମାନେ ନାଉଗାଁ ଥାନାରେ ଏଫଆଇଆର ଦେଇଥିଲେ । ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ଚାପରେ ପୋଲିସ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ଅପରପକ୍ଷରେ ଧାରଣରତ ଦଳିତ ମହିଳାମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ କରି ସେମାନଙ୍କୁ ଭୟଭୀତ କରାଯାଉଛି । ଅନୁସୂଚୀତ ଜାତି ଓ ଜନଜାତି ଅର୍ଥ ନିଗମ (ଏସସି,ଏସଟି ଫାଇନାନସିଆଲ କର୍ପୋରେସନ) ନାମକୁ ମାତ୍ର ରହିଛି। ଅନୁସୂଚୀତ ଜାତି ଓ ଜନଜାତି ଅର୍ଥ ନିଗମ, ଓଡିଶା ସରକାରଙ୍କ ଦ୍ୱାରା ଅନୂସୂଚୀତ ଜାତି ଓ ଜନଜାତିର ଶିଝୋଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସ୍ବାବଲମ୍ବୀ କରିବା ପାଇଁ ୧୯୭୯-୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାପରେ ରାଜ୍ୟ ସରକାର ଏହି ନିଗମକୁ ଆର୍ଥିକ ସହାୟତା ନଦେବା ଦ୍ଵାରା ତାହା ବିଗତ ୧୦ ବର୍ଷ ହେଲା ବନ୍ଦ ହୋଇଯାଇଛି ଏପରିକି କେନ୍ଦ୍ର ସ୍ୱତନ୍ତ୍ର ଭାବେ ଅନୁସୂଚୀତ ଜାତି ଓ ଜନଜାତିର ପୁରୁଷ ଓ ମହିଳା ଶିଦ୍ୟୋଗୀମାନଙ୍କ ପାଇଁ ପଂଚାୟତସ୍ତରରୁ ପଂଚାୟତମାନଙ୍କରେ ଥିବା ଜାତୀୟକରଣ ବ୍ୟାଙ୍କ୍ମାନଙ୍କ ଦ୍ୱାରା ଷ୍ଟାଣ୍ଡ୍ ଅପ୍ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଓଡିଶାରେ ତାହା ସଠିକ୍ ଭାବେ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି । ଅର୍ଥ ନିଗମ ବନ୍ଦ ହୋଇଯାଉଥିବାରୁ ଓଡିଶାର ବର୍ତମାନ ଅନୁସୁଚୀତ ଜାତି ଓ ଜନଜାତି ଶିହୋଦ୍ୟୋଗୀ ଶୂନ୍ୟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା ଯୋଗଇବା, ଭୂମିହୀନମାନଙ୍କୁ ଘରଡିହ ଯୋଗଇବା । ବାତ୍ୟାରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପିଡୀତମାନଙ୍କୁ ଆର୍ଥିକ ସହାୟତାରେ ଓଡ଼ିଶା ସରକାର ଆଦୌ ପ୍ରାଥମିକାତା ଦେଉନାହାନ୍ତି ଓଡିଶାର ମୋଟ ଜନସଂଖ୍ୟାର ଏମାନେ ଶତକଡା ୧୮ ପ୍ରତିଶତ ହୋଇଥିଲେ ମଧ୍ୟ ସରକାରୀ ଉପରୋକ୍ତ ଜନ କଲ୍ୟାଣକର ଯୋଜନା ଗୁଡିକରେ ସଂପୂର୍ଣ୍ଣ ବିଜେଡି ଲୋକଙ୍କୁ ପ୍ରାଥମିକା ଦେଉଥିବାରୁ ଏମାନଙ୍କୁ ଉପେକ୍ଷା କରାଯାଉଛି ଆର୍ଥିକ ଦୃଷ୍ଟିକୋଣରୁ ଦରିଦ୍ର ଲୋମାନଙ୍କ ଭିତରେ ଅନୁସୂଚୀତ ଜାତି ଓ ଜନଜାତିର ଲୋକମାନଙ୍କ ସଂଖ୍ୟ ୭୦ ପ୍ରତିଶତରୁ ଅଧିକ ହୋଇଥିଲେ ମଧ୍ୟ ବିଭିନ୍ନ ଜନକଲ୍ୟାଣ ସ୍କିମ୍ରେ ମିଳୁଥିବା ସୁବିଧା ସୁଯୋଗର ୧୦ ପ୍ରତିଶତ ମଧ୍ୟ ଏମାନେ ପାଉନାହାନ୍ତି ତେଣୁ ଏ ଦିଗରେ ଓଡିଶା ସରକାର ତୁରନ୍ତ ଏବେ ଓଡିଶାକୁ ମିଳିଥିବା ୮ ଲକ୍ଷ ୭୦ ହଜାର ପ୍ରଧାନମନ୍ତ୍ରୀ ଆବସରୁ ପ୍ରାଥମିକତା ଭିତିରେ ଅତି କମ୍ ରେ ୧୮ପ୍ରତିଶତ ଘର ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କୁ ଯୋଗାଇ ଦିଆଯାଉ । ବିଭିନ୍ନ କ୍ଷେତ୍ରରେ ଓଡିଶା ସରକାରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସୁଥିଲେ ମଧ୍ୟ ଏବଂ ଭିଜିଲାନସ ବିଭାଗକୁ ନିର୍ଦ୍ଦିଷ୍ଟ ଅଭିଯୋଗ କରାଯାଉଥିଲେ ମଧ୍ୟ ଭିଜିଲାନସ ବିଭାଗ କୌଣସି ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବା ଭିଜିଲାନସ କମିଟିର ଅଧ୍ୟକ୍ଷ ସ୍ୱୟଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କଣ ପାଇଁ ଏ କମିଟି ବସିନାହିଁ । ତେଣୁ ରାଜ୍ୟବାସୀ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜର ସ୍ଵଚ୍ଛତା ପ୍ରତିପାଦନ କରିବା ପାଇଁ ଏହି ମିଟିଂ ଡାକନ୍ତୁ ଏବଂ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ କାର୍ଯ୍ୟକ୍ଷମ କରନ୍ତୁ । ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।


