ସୁର ଭାଇଙ୍କୁ ଜନ୍ମ ଦିନରେ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର, (ୱାଇଏନ୍ଏସ୍):ଓଡ଼ିଶାର ଜନପ୍ରୀୟ ନେତା ବିଧାୟକ ତଥା ସମସ୍ତଙ୍କ ପ୍ରୀୟ ସୁର ଭାଇ ତଥା ସୁରେଶ କୁମାର ରାଉତରାୟଙ୍କ ୭୮ତମ ଜନ୍ମ ଉତ୍ସବ ମାଉସିମା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବିଏମ୍ସି ହସ୍ପିଟାଲ, ଜଟଣୀ ହସ୍ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ ସହ ବିଭିନ୍ନ ମନ୍ଦିର ମସଜିଦ୍ ଗିରିଦ୍ୱାରରେ ପୂଜାର୍ଚନା କରାଯାଇଥିଲା । ସେହିପରି ମାଉସିମା ଛକଠାରେ ରକ୍ତଦାନ ଶିବିର କରାଯାଇ ୩୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥି ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ରାଜାସ୍ୱାଇଁ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କଂଗ୍ରେସ ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ପୂର୍ବତନ ସଭାପତି ମାନସ ଚୌଧୁରୀ, ରଶ୍ମୀ ମହାପାତ୍ର, ମନୋରଞ୍ଜନ ଦାଶ, ବିଜେପି ନେତା ଅମୀୟ ଦାଶ, ବାବୁ ସିଂ, ଜୟନ୍ତୀ କମିଟି ସଭାପତି ଦିଲ୍ଲୀପ ମିଶ୍ର, ସମ୍ପାଦକ ଜୟକୃଷ୍ଣ ମଲିଆ, ବିଷ୍ଣ ପ୍ରସାଦ ମୁଦୁଲି, କପିଳ ପଣ୍ଡା, କ୍ୟାପଟେନ୍ ମନ୍ମଥ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ଭୁବନେଶ୍ୱର ଓ ଜଟଣୀ ଅଂଚଳର ୨ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆସି ଶ୍ରୀ ରାଉତରାୟଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।


