ସ୍ୱର୍ଗତ ଜିତୁ ପଟ୍ଟନାୟକଙ୍କ ପୁଣ୍ୟତିଥୀରେ ଅସହାୟ ମହିଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସାହାୟତା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ବାମନଘାଟି ଅଞ୍ଚଳର ଯୁବ ସାମାଜସେବୀ ତଥା ଶହୀଦ ବିର୍ଶା ମୁଣ୍ଡା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଜିତୁ ପଟ୍ଟନାୟକ ତଥା ଗୋରୁ ମହିଷାଣୀ ଅଂଚଳର ବିଶିଷ୍ଟ ସମାଜସେବୀଙ୍କ୯ ତମ ପୁଣ୍ୟତିଥୀ ରେ ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗୋରୁମହିଷାଣି ଠାରେ ଜଣେ ଅସହାୟ ମହିଳା ବାସହୀଳ ସୁରୁ ମୁଣ୍ଡା ଓ ତିନିଛୁଆଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ କରା ଯାଇଛି।ସୁରୁ ମୁଣ୍ଡା ନାମକ ଜଣେ ଅସହାୟ ମହିଳାଙ୍କ ଘର ବର୍ଷା ରେ ବ୍ବାଙ୍ଗି ଯାଇଥିବାରୁ ବହୁତ ଅସୁବିଧା ରେ ରହି ଆସୁଥିଲେ।ତେବେ ଆଜି ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ୯ ତମ ପୁଣ୍ୟତିଥୀ ଅବସରରେ ଟ୍ରଷ୍ଟ ଯୁବ ସଦସ୍ୟମାନଙ୍କ ସହିତ ମିଶି ବାସଗୃହ ମରାମତି ପାଇଁ ପଚାଶ ହଜାର ଟଙ୍କା ର ଆର୍ଥିକ ସାହାଯ୍ୟ କରିବା ସହିତ ଦରକାର ପଡ଼ିଲେ ଆଗକୁ ମଧ୍ୟ ସାହାଯ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଟ୍ରଷ୍ଟ ତରଫରୁ ସବୁବେଳେ ଅସହାୟଙ୍କୁ ସାହାଯ୍ୟ ବଢ଼ାଇ ଆସିଥିଲା ବେଳେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତି ପ୍ରଦାନ କରି ଆସିଛି।ଏହି ସାମାଜିକକାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂଯୋଜକ ଅଭିଳାଷ ପଟ୍ଟନାୟକ,,ସହ ସଂଯୋଜକ ପ୍ରନେଶ କୁମାର ମଣ୍ଡଳ,ଟୁଲୁ ପଟନାୟଖ,ଶୁଭେନ୍ଦୁ ଗିରି,ତପନ ମହାନ୍ତ,କୁନା ମହାନ୍ତ,ବିଦ୍ୟାପତି ମହାକୁଡ,ତପୁ ଷେଠି,ସୌମିକ କାନୁନଗୋ,ପ୍ରେମ ଭାଇ,ଏମ ଡି ରାମଜାନ,ଜଣ୍ଟି ପାହାଡି,ରାଜା ମହାକୁଡ,ସଂଜୟ,ଟୁଟି,ଅଭିଷେକ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଅସହାୟଙ୍କ ପ୍ରତି ସହଯୋଗର ହାତ ବଢାଇଥିବାରୁ ଜିତୁ ପଠନାୟକ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ଅଂଚଳବାସୀ ପ୍ରଶଂସା ଓ ସାଧୁବାଦ ଜଣାଇଛନ୍ତି ।