ସ୍ୱାଧୀନତାର ହସ
ସଞ୍ଜୟ କୁମାର ଚୌଧୁରୀ
ମାଣିଆ ଭୋଇ ଓ
ରମି ଭୋଇ
ବିକଳି ସାମଲ
ଅଭିରାମ ଲେଙ୍କା
କ୍ଷୋଭ ପ୍ରକାଶ କରିଥିଲେ
ଏବଂ
ନିରର୍ଥକ କେବଳ
ଶବ୍ଦଟିଏ ବୋଲି
ଧିକ୍କାର ବି କଲେ ।
ମୁଠେ ଭାତ ପାଇଁ
ଏଠି ଡହଳବିକଳ
ମଣିଷ
ହାତକୋଡ଼େ
ଦେବ କିଏ?
କାହା ଆଘାତେ, ଜୀବନ ହୁଏ
ମୁଠାଏ ପାଉଁଶ
ତଥାପି ନିର୍ଲଜ, ବେପରୁୱା
ଭାବେ
ପତାକା ଉତ୍ତୋଳନ
ଅସ୍ପଷ୍ଟ ସ୍ଲୋଗାନେ
ହସିଥିଲେ ସେମାନେ
ଶୁଖିଲା – ଦରମରା
ସ୍ୱାଧୀନତାର ହସ ।
ସମ୍ପାଦକ, “ବୋଉ’
ମାନସିଂହ ପାଟଣା, କଟକ