ସ୍କାଉଟ ଗାଇଡ୍ ତରଫରୁ ସ୍ୱାଧୀନତା ଦିବସ ପାଳନ ଏବଂ ମାସ୍କ ବଣ୍ଟନ
ଭୁବନେଶ୍ୱର, (ୱାଇଏନ୍ଏସ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ତରଫରୁ ସ୍ୱାଧୀନତା ଦିବସ ଅବସରରେ ପ୍ରାତଃରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି ଜାତୀୟ ସଂଗୀତ ଗାନ କରିବା ସଙ୍ଗେ ସଙ୍ଗେ ଦେଶକୁ ସ୍ୱାଧୀନତା ଆଣିବାରେ ଅବଦାନ ଥିବା ବ୍ୟକ୍ତି ବିଶେଷମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟଗାନ କରିଥିଲେ । ଆଜିର ଏହି ପବିତ୍ର ଦିବସ ଅବସରରେ ଦିବା ୧୦.୩୦ ମିନିଟ୍ରେ ରାଜ୍ୟ କାର୍ଯ୍ୟାଳୟର କର୍ମକର୍ତ୍ତା , ରାଜ୍ୟ ମୁଖ୍ୟାଳୟ ଓପନ ୟୁନିଟ୍ର ରୋଭର ରେଞ୍ଜର, ରାଧା ମଧୁସୁଦନ ଡିଗ୍ରୀ ମହାବିଦ୍ୟାଳୟ, ପଟିଆର ରୋଭର ରେଞ୍ଜରମାନେ ମଞ୍ଚେଶ୍ୱରସ୍ଥିତ ଶିଳ୍ପାଞ୍ଚଳ ବିଦ୍ୟାଳୟ ପାଶ୍ୱର୍ବର୍ତ୍ତୀ ପୁରୁଷୋତ୍ତମପୁର ବସ୍ତିରେ ଏକତ୍ରୀତ ହୋଇ କୋଭିଡ୍ ନିୟମ ଅନୁସାରେ ବସ୍ତିରେ ରହୁଥିବା ସମସ୍ତ ସଦସ୍ୟ ଏବଂ ପିଲାମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । କୋଭିଡ୍ ଗାଇଡ୍ ଲାଇନ୍ କଥା ମାନି ଆଗକୁ ଚଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ବସ୍ତିରେ ଥିବା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ଏବଂ ପରିଶେଷରେ ବସ୍ତିରେ ଥିବା ପିଲାମାନଙ୍କୁ ସ୍କାଉଟ ଗାଇଡ୍ର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ ।