ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ତ୍ରୀରଙ୍ଗା ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା): ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ବାଲେଶ୍ବର ଶାଖା ତରଫରୁ ମୋର୍ଚ୍ଚାର ଜିଲ୍ଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ତ୍ରୀରଙ୍ଗା ପଦଯାତ୍ରା ବାଲେଶ୍ବର ଫକୀରମୋହନ ଗୋଲେଇ ଠାରୁ ଆରମ୍ଭ କରି ଷ୍ଟେସନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ୭୫ ମିଟର ଲମ୍ବ ବିଶିଷ୍ଟ ଜାତୀୟ ପତାକାକୁ ସମାନ୍ତରାଳ ଭାବେ ପ୍ରଦର୍ଶିତ କରି କାର୍ଯ୍ଯକର୍ତ୍ତା ମାନେ ବିଭିନ୍ନ ଦେଶାତ୍ମାବୋଧକ ସ୍ଲୋଗାନ ଦେଇଥିଲେ। ଶେଷରେ ଷ୍ଟେସନ ଛକରେ ଅବସ୍ଥିତ ଭାରତରତ୍ନ ଡ଼କ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ନିକଟରେ ପଦଯାତ୍ରାର ସମାପ୍ତି ଘଟିଥିଲା। ଆଗାମୀ ଏକବର୍ଷ ଭିତରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରିବା ପାଇଁ ମୋର୍ଚ୍ଚା ଜିଲ୍ଲା ଭିତ୍ତିକ ୭୫ ସେବା, ସାମାଜିକ ଓ ଜାଗରଣ କାର୍ଯ୍ଯକ୍ରମ କରିବ ବୋଲି ରାଜେଶ ମହାପାତ୍ର ସୂଚନା ଦେଇଛନ୍ତି। ଆଜିର ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଓ ଇଶ୍ବର ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର , ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବଧର ନାୟକ , ଜିଲ୍ଲା ଉପସଭାପତି କମଲ ଲୋଚନ ଦାସ ଓ ପ୍ରଦୀପ ପଣ୍ଡା , ଜିଲ୍ଲା ସମ୍ପାଦକ ବିଭୁପଦ ଦାସ, ସସ୍ମିତା ଚାନ୍ଦ ଓ ରେଣୁବାଳା ବିଶ୍ୱାଳ , ଯୁବମୋର୍ଚ୍ଚା ରାଜ୍ୟ ଊପସଭାପତି ମାନସ ଦତ୍ତ , ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ , ଏସିମୋର୍ଚ୍ଚା ସଭାପତି ମୃତ୍ଯୁଞ୍ଜୟ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନୀଷା ଚିନ୍ମୟୀ ବେହେରା , ନଗର ମହିଳା ମୋର୍ଚ୍ଚା ସଭାପତି ସୁସ୍ମିତା ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାଜଶ୍ରୀ ମହାନ୍ତି, ଅନନ୍ତ ପାତ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ଶିବୁନ ରାୟ, ଆଦିତ୍ୟ ବାରିକ, ନାରାୟଣ ମହନ୍ତ, ଅରୂପ ଜେନା , ପବନ କମିଳା, ଦେବବ୍ରତ ମିଶ୍ର, ପ୍ରକାଶ ମହାନ୍ତି, ଭିକି , ଦିଲ୍ଲୀପ ଦାସ , ଧୀରଜ ମହାନ୍ତି, କୌଶିକ ଚାନ୍ଦ, ରାଜଶ୍ରୀ ରାଉଳ, ଅକ୍ଷୟ ବିଶ୍ୱାଳ, ଆଶୁତୋଷ ମହାନ୍ତି , ସ୍ୱରଝଙ୍କାର ସେଠି, ଜଳଧର , ରଂଜିତ ପୃଷ୍ଟି, ଖଗେନ୍ଦ୍ର ନାୟକ, ରାଜେନ ପରିଡା , ରଜତ ଦଶ, ସୁକାନ୍ତୀ ଦେବ୍ ଗୋସ୍ୱାମୀ , ସୁଜାତା ମହାପାତ୍ର , ସସ୍ମିତା ଦାସ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ