ସମ୍ମାନିତ ହେଲେ ଯୁବ ସ୍ୱେଚ୍ଛାସେବୀ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଆଜି ୭୫ ତମ ସ୍ୱାଧୀନତା ଦିବସ ଅବସରରେ ହାଡ଼ିଚିରା ନିବାସୀ ଶ୍ରୀ ନିରାକାର ବିଷୋୟୀଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମିତ୍ତ ୨୦୨୦-୨୧ ବର୍ଷ ପାଇଁ “ପ୍ରକୃତି ବନ୍ଧୁ”ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅମ୍ଲାନ ନାୟକ ପ୍ରଦାନ କରିବା ସହ ବନ୍ୟ ସୁରକ୍ଷା କ୍ଷେତ୍ରରେ ଆହୁରି ଅଧିକ ଆକର୍ଷଣୀୟ କାର୍ଯ୍ୟ କରିବା ନିମିତ୍ତ ଆହ୍ୱାନ ଦେଇଥିଲେ ।ନିରାକାର ଇନ୍ଦିରା ଗାନ୍ଧି ମୁକ୍ତ ବିଦ୍ୟାଳୟରୁ ସମାଜସେବାରେ ସ୍ନାତକ ଡିଗ୍ରୀ ହାସଲ କରି ସଦା ସମାଜ ନିମିତ୍ତ ସ୍ୱେଚ୍ଛାସେବୀ ଭାବେ ତମାଖୁ ମୁକ୍ତ ଶୈଶବ,ମିଶନ ଆନସର ଟୁ କ୍ୟାନ୍ସର, ବିଭିନ୍ନ ଜାଗାରେ ଓ ଅଂଚଳରେ ନିମ, ବରଗଛ ଏବଂ ଅନ୍ୟାନ୍ୟ ଔଷଧିୟ ବୃକ୍ଷ ରୋପଣ ତଥା ଭିନ୍ନ ଭିନ୍ନ ଉପାୟରେ ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି ସହ ଓଡ଼ିଆ କବିତା ମାଧ୍ୟମରେ ସମାଜର ସ୍ଥିତିକୁ କଲମ ମୁନରେ ଆଙ୍କି ବୃକ୍ଷରୋପଣ ନିମନ୍ତେ ଉତ୍ସାହିତ କରିବା ସହ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଜାତୀୟ ଯୁବ ସ୍ବେଛାସେବୀ ରୂପେ କାର୍ଯ୍ୟକରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ୨୦୧୬ ମସିହାରୁ ଟ୍ରୀ ଫାଉଣ୍ଡେସନ ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଗଠନ କରି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ କରୋନା ଭଳି ଦୁର୍ଦ୍ଧିନରେ ଟ୍ରୀ ଫାଉଣ୍ଡେସନର ସ୍ବେଛାସେବୀଙ୍କୁ ନେଇ ମାସ୍କ ବଣ୍ଟନ ସାଥେ ରକ୍ତଦାନ ଶିବିରର ଆୟୋଜନ କରି ପରିବେଶ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସମଗ୍ର ସମାଜର ଉନ୍ନତି ସାଧନ ସଙ୍ଗେ ପରିବେଶ ସୁରକ୍ଷା ଆମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ତମାଖୁ ଛାଡ଼ନ୍ତୁ, ଗଛ ଲଗାନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ