ଜୀବନ ବଞ୍ଚାଇବା ପାଇଁ କାବୁଲ ଏୟାରପୋର୍ଟରେ ଯାତ୍ରୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ , ଉଡ଼ନ୍ତା ବିମାନରୁ ଖସି ୩ ଯାତ୍ରୀ ମୃତ
କାବୁଲ: ଆଫଗାନିସ୍ତାନ ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି। ନିଜର ଜୀବନ ବଞ୍ଚାଇବା ପାଇଁ କାବୁଲ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ଆଫ୍ଗାନୀ । ଏହା ଭିତରେ ଦେଖିବାକୁ ମଳିଛି ଏକ ବିକଳ ଚିତ୍ର । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ ବ୍ୟଥିତ କରୁଛି । ଏପରିକି ସେଠାକାର ଲୋକମାନେ ବିମାନର ଡେଣାରେ ବସି ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ତିନି ଯାତ୍ରୀ ଖସି ପଡି ସେମାନଙ୍ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏପରି ଦୃଶ୍ୟ ପ୍ରକୃତରେ ସମସ୍ତଙ୍କୁ ବ୍ୟଥିତ କରିଛି । ସବୁଠି ଏବେ ଆଫଗାନିସ୍ତାନକୁ ନେଇ ଚର୍ଚ୍ଚା । କାବୁଲ୍ ବିମାନବନ୍ଦରରେ ପ୍ରବଳ ଭିଡ଼ । ବିମାନରେ ବସିବାକୁ ଲୋକଙ୍କ ଭିତରେ ଠେଲାପେଲା, ମାରପିଟ ହେଉଥିବା ଚିତ୍ର ଏବେ ସାମନାକୁ ଆସିଛ । ଏହି ଚିତ୍ର ହିଁ ସ୍ପଷ୍ଟ କରୁଛି କାବୁଲକୁ ତାଲିବାନୀ ଦଖଲରେ ନେବା ପରେ ସେଠାକାର ସ୍ଥିତି କେମିତି ରହିଛି । ଆଫଗାନିସ୍ତାନରେ ତାଲିବାନୀଙ୍କ ଶାସନ ପୂର୍ବରୁ ଲୋକ କିଭଳି ତ୍ରାହି ତ୍ରାହି ଡାକିଲେଣି । ନିଜ ରାସ୍ତା ନିଜେ ବାଛି ନେଉଛନ୍ତି । ଏବେ କେହି ଆଉ କିଛି ଭାବୁ ନାହାନ୍ତି । ଗୋଟିଏ କଥା ମନରେ ରଖିଛନ୍ତି । ଯେମିତି ବି ହେଉ ବିମାନରେ ବସି ନିଜ ନିଜ ଦେଶକୁ ପଳାଇଯିବେ । ଏପରିକି ବିମାନ ଉପରେ ବି ଲୋକ ଚଢ଼ି ଯାଉଛନ୍ତି ।କାବୁଲକୁ ତାଲିବାନୀ କବଜା କରିବା ପରେ ଏମିତି ବିକଳ ଚିତ୍ର ସବୁ ସାମନାକୁ ଆସୁଛି । ଏହି ଦୃଶ୍ୟ ଦେଖିଲେ ଲାଗୁ ନାହିଁ ଏକା କୌଣସି ବିମାନବନ୍ଦରର ହୋଇଥିବ । କୌଣସି ବସଷ୍ଟାଣ୍ଡ କି ରେଳ ଷ୍ଟେସନରେ ଭିଡ଼ ହେବା ଭଳି ସ୍ଥିତି ମନେ ହେଉଛି ।


