ଓଡ଼ିଶାରେ ଶିଶୁ ଓ କିଶୋର କରୋନା ସଂକ୍ରମଣ ବଢ଼ୁଛି , ୪ ଦିନରେ ୪୭୬ ପଜିଟିଭ

ଭୁବନେଶ୍ୱର:ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ୦-୧୮ ବର୍ଷ ଭିତରେ ଆଉ ୧୩୮ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରୁ ମୋଟ୍ ୯୯୩ ଜଣ ପଜିଟିଭ୍ ବାହାରିଥିବା ବେଳେ ଏଥିରେ ଶିଶୁ ଓ କିଶୋରମାନଙ୍କ ସଂଖ୍ୟା ୧୩୮ । ଅର୍ଥାତ୍ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାର ୧୩ ପ୍ରତିଶତରୁ ଅଧିକ କେବଳ ଏହି ବୟସ ବର୍ଗରୁ ଅଛନ୍ତି । ଗତ କିଛି ଦିନ ହେବ ରାଜ୍ୟରେ ଶିଶୁ ଓ କିଶୋର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୪ ଦିନ ଭିତରେ ୦-୧୮ ବର୍ଷ ଭିତରେ ମୋଟ୍ ୪୭୬ ଜଣ ସଂକ୍ରମିତ ହେଲେଣି । ଗତ ୧୫ ତାରିଖରେ ୧୩୮, ୧୬ ତାରିଖରେ ୧୦୪, ଗତକାଲି ୯୬ ଜଣ ପଜିଟିଭ୍ ବାହାରିଥିଲେ । ଯାହାକି ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି ।ବିଶେଷଜ୍ଞ ଆକଳନ କରୁଛନ୍ତି, ତୃତୀୟ ଲହର ଆସିଲେ ୦-୧୮ ବର୍ଷ ଭିତରେ ଅଧିକ ପିଲା ସଂକ୍ରମିତ ହୋଇପାରନ୍ତି । କାରଣ ଏହି ବର୍ଗଙ୍କୁ ଏଯାଏ ଟିକାକରଣ ହୋଇ ନାହିଁ । ଏବେ ଶିଶୁ ଓ କିଶୋର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ତୃତୀୟ ଲହର ପଦଧ୍ୱନୀ ନୁହେଁ ତ ?
ତେବେ ତୃତୀୟ ଲହର ମୁକାବିଲା ଓ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙକ୍ ପାଇଁ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ଶିଶୁଙ୍କୁ ଉତ୍ତମ ଚିକିତ୍ସା ଏବଂ ଔଷଧ ମହଜୁତ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ