ରାଜ୍ୟରେ ପୁଣି ୮୫୩ ଜଣ ପଜିଟିଭ, ୬୯ ମୃତ

ଭୁବନେଶ୍ୱର: ପୁଣି ରାଜ୍ୟରେ ଆଜି ୮୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ସଂକ୍ରମିତ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦,୯୩୭କୁ ବୃଦ୍ଧି ପାଇଛି। ୯,୮୪,୨୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯,୩୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୯, ବାଲେଶ୍ୱର ୪୬,ବରଗଡ ୧୨, ଭଦ୍ରକ ୧୮, ବଲାଙ୍ଗୀର ୨, କଟକ ୧୪୦, ଦେଓଗଡ ୧୩, ଢେଙ୍କାନାଳ ୧୦, ଗଜପତି ୧, ଗଞ୍ଜାମ ୧୧, ଜଗତସିଂହପୁର ୩୨, ଯାଜପୁର ୩୩, ଝାରସୁଗୁଡା ୨, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୧, କେନ୍ଦୁଝର ୧୬, ଖୋର୍ଦ୍ଧା ୨୮୬, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୧, ନୟାଗଡ ୨୨, ପୁରୀ ୩୫, ରାୟଗଡା ୪, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୨, ଷ୍ଟେଟ ପୁଲରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୬୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୯ ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୩ ଜଣ ଲେଖାଏଁ ଥିବା ବେଳେ ଅନୁଗୁଳରୁ ୮ ଓ ଢେଙ୍କାନାଳରୁ ୧୧ ଜଣ ଅଛନ୍ତି। ଏହାଛଡ଼ା କେନ୍ଦ୍ରାପଡ଼ାରୁ ୮ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ ମୃତକ ଥିବା ଜଣାଯାଇଛି। ଏଣେ ଭଦ୍ରକ ଜିଲ୍ଲାରୁ ୩ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ