ସାମ୍ବାଦିକ ଅକ୍ଷୟ ସାହୁ ଆହତ : ଆଶୁ ଆରୋଗ୍ୟ କାମନା କଲେ ବିଧାୟକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ତଥା ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକପ୍ରିୟ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ତାଙ୍କ ବାସ ଭବନ ଗାଧୁଆ ଘରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । କଟକ ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ସହକାରୀ ପ୍ରଫେସର ଡା. ସତ୍ୟ ଭୂୟାଁ ତାଙ୍କୁ ଚିକିତ୍ସା କରୁଛନ୍ତି । ସେ ନିଜ ବାସ ଭବନରେ ଚିକିତ୍ସାଧିନ ଅଛନ୍ତି । ଏ ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଅଂଶୁମାନ ମହାନ୍ତି, ଅଲେଖ ଜେନା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସାମ୍ବାଦିକ ସଂଘ ସଭାପତି ପରେଶ ଦାସ, ସାଧାରଣ ସମ୍ପାଦକ ସ୍ନେହଜିତ ପଲାଇ, ସଂଯୋଜକ ସୋମନାଥ ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ବେବର୍ତ୍ତା ଅଜୟ ଦାସ, ଜ୍ୟୋର୍ତିମୟ ଜେନା ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଆରୋଗ୍ୟ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ