ବଜ୍ରପାତରେ ମହିଳା ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର କେ. ଦିଲେଶ୍ୱରଙ୍କ ସ୍ତ୍ରୀ କେ. ଜୟନ୍ତି (୩୩) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ମୃତଦେହକୁ ଜବତ କରିଛି । ଶନିବାର ବ୍ୟବଛେଦ ସକାଶେ ମୃତଦେହକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଏସ.ଆଇ. ତଥା ତଦନ୍ତକାରୀ ଅଧିକାରୀ ବାସୁଦେବ ଭୋଇ କହିଛନ୍ତି । ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ମହିଳାଙ୍କ ୨ ପୁଅ ସମେତ ଶାଶୁ, ଶଶୁର ମିଶି ଚାଷ ଜମିରେ କାମ କରୁଥିଲେ । ଅପରାହ୍ନ ପ୍ରାୟ ୪ଟାରେ ପ୍ରବଳ ବର୍ଷା ସହ ବିଜୁଳି ଦେଖା ଦେଇଥିଲା । ଏହି ସମୟରେ ହଠାତ ବଜ୍ରପାତ ଘଟିବ ଫଳରେ ମହିଳା ଜଣଙ୍କ ସେହି ଚାଷଜମିରେ ଟଳି ପଡ଼ିଥିଲେ । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପଂହଚି ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ