ସ୍ତ୍ରୀର ଜୁଇରେ ସ୍ୱାମୀର ଆତ୍ମହୁତି

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): ଗୋଟାଏ ଜନ୍ମ କାହିଁକି,ସାତ ଜନ୍ମ ଆବଦ୍ଧ ବନ୍ଧନ ଭିତରେ ବନ୍ଧା ହେବା କୁ ବାହା ବେଦିରେ ଶପଥ ନେଇ ଥାଆନ୍ତି ସ୍ୱାମୀ ,ସ୍ତ୍ରୀ।ସାଙ୍ଗରେ ରହିବା ,ମରିବା ଓ ଦୁଃଖ,କଷ୍ଟ ରେ ସମଭାଗୀ ହେବା-ଏଇତ ବିବାହିକର ଆତ୍ମତର୍ଜମା ବିଧି।ଏଭଳି ଏକ ଭଲ ପାଇବା ପାରିଶ୍ରୋତା ଭିତରେ ସ୍ତ୍ରୀ ସ୍ୱାମୀ ର ଗଭୀରତା ପ୍ରେମ ର ବିମର୍ଷ ରୋମ ଟାଙ୍ଗରା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ।ଗ୍ରାମର ନୀଳମଣି ଶବର ଙ୍କ ସ୍ତ୍ରୀ ଗତ କାଲି ସନ୍ଧ୍ୟାରେ ହୃଦଘାତ ରେ ମୃତ୍ୟୁ ହୋଇଛି।ଶବ ସତ୍କାର ହେଲା।ହୁହୁ ନିଆ ଜ୍ଵଳି ଉଠିଲା।ବନ୍ଧୁ ବାନ୍ଧବ ଙ୍କ ସହ ୪ପୁଅ ସତ୍କାର କରି ଘର କୁ ଫେରିଲା ବେଳ କୁ ସ୍ୱାମୀ ନୀଳମଣି ଜ୍ବଳନ୍ତା ଜୁଇରେ ଡେଇଁ ପଡିଲେ।ସମସ୍ତେ ନିର୍ବାର୍କ ପାଲଟିଗଲେ।ହୁହୁ ନିଆଁ କୁ ଆୟତ କରିବାକୁ କାହାରି ବି ସାହାସ ଜୁଟିଲା ନି।ଶେଷରେ ସ୍ତ୍ରୀ ର ଜୁଇ ରେ ସ୍ୱାମୀ ର ଶରୀର ନିଳ ହୋଇଗଲା।ଏବେ ଏହି ଘଟଣା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଅତିତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବା ବେଳେ ଏବେ ତାର ଜ୍ୱଳନ୍ତ ଉଦାହରଣ ଆଖିରେ ଦେଖିଥିବା ଲୋକେ ପ୍ରକାଶ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ