ରାଧାଗୋବିନ୍ଦ ଫାଉଣ୍ଡେସନର ଅଭିନବ ଉଦ୍ୟମ, ଗାଁରେ ମିିଳିବ ସ୍ୱାସ୍ଥ୍ୟସେବା

ହାଟଡିହି, (ବିକାଶ ବିଶ୍ୱାଳ): ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅଭିନବ ଉଦ୍ୟମ କରାଯାଇଛି । ହାବଳେଶ୍ୱର ସମଣା ଆଦି ଦୁଇଟି ପଞ୍ଚାୟତରେ ସ୍ୱାସ୍ଥ୍ୟସେବାର କୌଣସି ବ୍ୟବସ୍ଥା ନଥିବାବେଳେ ଏଠାକାର ଲୋକମାନେ ସାମାନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଏମାନେ ୧୦/୨୦କିଲୋମିଟର ଦୁରକୁ ଯାଇ ସ୍ୱାସ୍ଥ୍ୟସେବା ପାଇଥାନ୍ତି । ଏପରିକି ରାସ୍ତାଘାଟର ଅସୁବିଧା ଯୋଗୁଁ ଅନେକ ସମୟରେ ରୋଗୀମାନେ ଦୁର ଦୁରାନ୍ତକୁ ସ୍ୱାସ୍ଥ୍ୟସେବା ପାଇଁ ଯାଇ ନପାରି ଭାଗ୍ୟକୁ ଆଦରି ଘରେ ପଡିରହୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଗ୍ରାମୀଣ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ ଓ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଫାଉଣ୍ଡେସର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ପ୍ରଚେଷ୍ଟାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧାଗୋବିନ୍ଦ ମନ୍ଦିର ନିକଟରେ ରାଧାଗୋବିନ୍ଦ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ ହୋଇଛି । ଡାକ୍ତର ରଞ୍ଜନ କୁମାର ପ୍ରତିହାରୀ ପ୍ରତି ସପ୍ତାହର ତିନିଦିନ ଯଥା ସୋମ, ବୁଧ ଓ ଶୁକ୍ରବାର ଦିନ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଆଜି ମଧ୍ୟାହ୍ନରେ ଡାକ୍ତର ରଞ୍ଜନ କୁମାର ପ୍ରତିହାରୀ ଗାଁରେ ପହଞ୍ଚିବାପରେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜିର ଏହି ଉଦଘାଟନ ଉତ୍ସବରେ ସୁଦର୍ଶନ ମଲ୍ଲିକ, କୃଷ୍ଣ ଚନ୍ଦ୍ର ଜେନା, ପୁରୁଷୋତ୍ତମ ମହାନ୍ତି, ଭଗବାନ ମୁଦୁଲି, ଚିତ୍ତରଞ୍ଜନ ମଲ୍ଲିକ, ଅରୁପ ରାଉତ, ପଙ୍କଜ ବେହେରା, ସୁଶାନ୍ତ ଜେନା, ଦେବାଶିଷ ନାୟକ, ଅଜୟ ଜେନା, ରାଜେଶ ମହାନ୍ତି, ଦେବରାଜ ହାତୀ, ଅରୁଣ ହାତୀ, ବିଜୟାନନ୍ଦ ଜେନା, ପ୍ରତାପ ଦାସ, ସ୍ମୃତିରଞ୍ଜନ ରାଉତ, ଆକାଶ ବେହେରା, ଚନ୍ଦ୍ରକାନ୍ତ ପରିଡା, ଶଙ୍କର୍ଷଣ ଜେନା, ଅନନ୍ତ ମହାଳିକ, ବିଶ୍ୱନାଥ ମଲ୍ଲିକ, ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଗୋବିନ୍ଦପୁର, ଆଗିରିଆ, ଜମ୍ଭରା, ବାଲିପଦା, ଶାଳବଣି, ଡିମିରିଆ, ଧାଇପୋଖରୀ ଆଦି ଗ୍ରାମର ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କୁହାଯାଇଛି । ଗ୍ରାମାଞ୍ଚଳର ଲୋକମାନେ କିପରି ସହଜରେ ଚିକିତ୍ସାସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦେବେ ବୋଲି ଡାକ୍ତର ପ୍ରତିହାରୀ ମତଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ