ପୂର୍ବ ବିବାଦକୁ କେନ୍ଦ୍ର କରି ଘରେ ପଶି ଆକ୍ରମଣ ଉଦ୍ୟମ, ଥାନାରେ ମାମଲା ରୁଜୁ

ହାଟଡିହି, (ଓ୍ବାଇଏନଏସ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ ଉଦ୍ୟମ କରାଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଘର କବାଟ ଭାଙ୍ଗି ମାରଣାସ୍ତ୍ର ଧରି ଜଣେ ଯୁବକ ଘର ଭିତରକୁ ପଶିବା ସହ ମହିଳାଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ଅଁରା ଗ୍ରାମରେ ଗତ ମଙ୍ଗଳବାର ଏହି ଘଟଣା ଘଟିଥିଲା। ଅଭିଯୋଗକାରିଣୀ ପୂର୍ଣ୍ଣିମା ରାଜଙ୍କ କହିବା ଅନୁଯାୟୀ, ଗ୍ରାମର ପ୍ରଶାନ୍ତ ଜେନାଙ୍କ ସହ ତାଙ୍କର ପୂର୍ବରୁ ବିବାଦ ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ପ୍ରଶାନ୍ତ ଜେନା ମାରଣାସ୍ତ୍ର ଧରି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ଘରର କବାଟ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଘର ଭିତରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ପୂର୍ଣ୍ଣିମା ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ପରେ ମହିଳା ଜଣକ ଭୟଭୀତ ହୋଇ ନନ୍ଦିପଦା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନନ୍ଦିପଦା ପୁଲିସ ୪୨୪/୨୦୨୬ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ