ବିଏମ୍ସି ରକ୍ତଭଣ୍ଡାର ସମସ୍ୟା ସମାଧନ ହେଉ
ଭୁବନେଶ୍ୱର, (ୱାଇଏନ୍ଏସ୍): ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ସି ରକ୍ତ ଭଣ୍ଡାର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଠାରେ କର୍ମଚାରୀଙ୍କ ଅଭାବ ଯୋଗୁଁ ରକ୍ତ ନେବା ସମସ୍ୟା ଦେଖା ଦେଉଛି । କୌଣସି ଦିନ ରକ୍ତଦାନ ଶିବିରକୁ ରକ୍ତ ସଂଗ୍ରହ ପାଇଁ କର୍ମଚାରୀମାନେ ଗଲେ ଏଠାରେ ମାତ୍ର ଜଣେ କର୍ମଚାରୀ ଡ୍ୟୁଟି କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମସୟରେ କର୍ମଚାରୀ ଜଣକ ରକ୍ତ ପରୀକ୍ଷାରେ ବ୍ୟସ୍ତ ରହୁଥିବା ବେଳେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆସୁଥିବା ବ୍ୟକ୍ତିଙ୍କ ରକ୍ତ ସଂଗ୍ରହ ହେବା ସମ୍ଭବ ହୋଇପାରୁନି । ଏପରିକି ଜଣେ କର୍ମଚାରୀଙ୍କୁ ଦେଖି କିଛି ଯୁବକମାନେ ଆସି ନିୟମ ନମାନି ରକ୍ତ ନେବାକୁ ଗାଳିମନ୍ଦ କରିବା ଓ ୧୦ମିନିଟ୍ରେ ନେବାକୁ ଜୋର ଜବଦରଦସ୍ତ କରୁଛନ୍ତି । ଏଠାରେ ଅସାମାଜିକ ଯୁବକମାନେ ଏକୁଟିଆ କର୍ମଚାରୀଙ୍କୁ ଦେଖି ରକ୍ତ ଭଣ୍ଡାରରେ ପଶିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି । ଏଠାରେ ସିକ୍ୟୁରିଟି ବ୍ୟବସ୍ଥା କରିବା ଓ ରକ୍ତ ଭଣ୍ଡାର କର୍ମଚାରୀ ବୃଦ୍ଧି କରିବା, କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଓ ଏହାର ରକ୍ଷଣା ବେକ୍ଷଣ କରିବାକୁ ଚିକିତ୍ସାଳୟ ସୁରକ୍ଷା କମିଟି ପକ୍ଷରୁ ଦାବି କରାଯାଇଛି ।


