ସହାରା ଇଣ୍ଡିଆ ଏଜେଣ୍ଟଙ୍କ ଆନ୍ଦୋଳନ ପାଇଁ ଚେତାବନୀ

ବୁଗୁଡା (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ଥିବା ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ବନ୍ଦକରି ଅନ୍ୟତ୍ର ନେଇଯିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ସମସ୍ତ ଏଜେଣ୍ଟ ଏକଜୁଟ ହୋଇ ବୁଗୁଡା ମା’ମାଳିଝୋଳା ମନ୍ଦିର ପରିସରରେ ଜମାକାରୀଙ୍କ ସୁରକ୍ଷା ମଞ୍ଚର ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରହ୍ମପୁର କାର୍ଯ୍ୟାଳୟର ବିଜୟ କୁମାର ପାଢୀ, ଆସିକା କାର୍ଯ୍ୟାଳୟର ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ସୁନୀଲ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସାହାରା ଇଣ୍ଡିଆ ଜମାକାରୀଙ୍କ ଦୀର୍ଘଦିନ ଧରି ମ୍ୟାଚୁରିଟ୍ ଅବଧି ଶେଷ ହୋଇଥିଲେ ମଧ୍ୟ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇନଥିବା ବେଳେ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସାହାର ଇଣ୍ଡିଆ ସଂସ୍ଥା ଏଜେଣ୍ଟ ଓ ଜମାକାରୀଙ୍କ ବିଶ୍ବାସ ହରାଇସାରିଛି। ଏଜେଣ୍ଟମାନେ ଜମାକାରୀଙ୍କ ଆକ୍ରୋଶର ଶିକାର ହୋଉଥିବା ବେଳେ ଯଦି କାଯ୍ୟାଳୟ ଅନ୍ୟତ୍ର ଚାଲିଯାଏ ତେବେ ଜମାକାରୀଙ୍କ ଅଶନ୍ତୋଷ ନିଶ୍ଚିତ ବୃଦ୍ଧି ପାଇବ। ବୁଗୁଡା ସାହାର ଇଣ୍ଡିଆ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନକରି ଅଞ୍ଚଳର ସମସ୍ତ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରାଇବାକୁ ସାହାରା ଇଣ୍ଡିଆ ମୂଖ୍ୟ କାଯ୍ୟାଳୟକୁ ଦାବୀ ଜଣାଇବା ସହ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି । ଏହା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଏଜେଣ୍ଟମାନେ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଅଶୋକ ପାଢୀ, କିଶୋର ଗୁରୁ, ସଂଜୀବ କୁମାର ପଣ୍ଡା, ପ୍ରଦୀପ ପାଢୀ, ଶ୍ୟାମ ପ୍ରସାଦ ପଣ୍ଡା, ନାରାୟଣ ସ୍ବାଇଁ, ତ୍ରିଲୋଚନ ପଣ୍ଡା, କୃଷ୍ଣଚନ୍ଦ୍ର ମହାରଣା ଓ ଶ୍ରୀଧର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବହୁ ଏଜେଣ୍ଟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ