ପ୍ରବଳ ବର୍ଷାରେ ଉବୁଟୁବୁ ଅସ୍ତରଙ୍ଗ ଓ କାକଟପୁର, ନିଷ୍କାସିତ ହୋଇ ପାରୁନି ପାଣି, ଲୋକେହନ୍ତସନ୍ତ

ନିମାପଡା (ସନ୍ତୋଷ ଦାଶ ): ଲଘୁଚାପ ବର୍ଷାରେ ବେହାଲ ହୋଇପଡିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ l ଶନିବାର ରାତିରୁ ଅବିରତ ଭାବେ ବର୍ଷା ଲାଗିରହିଛି, ଯାହାଫଳରେ ଉକ୍ତ ଅଞ୍ଚଳରେ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି l ଲୋକେ ଘରୁ ବାହାରିପାରୁନାହାନ୍ତି l ଅସ୍ତରଙ୍ଗ ମେଡିକାଲ ପରିସରରେ ଥିବା ଡାକ୍ତରଙ୍କ କ୍ୱାର୍ଟର ସହିତ ମେଡିକାଲ ଏକ ପ୍ରକାର ଜଳାର୍ଣ୍ଣବ ହୋଇଯାଇଛି l ସେହିପରି ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ବାଲିସାହି, ପୂର୍ବସାହି ସମେତ ଗ୍ରାମଦେବତୀ ମା ଜାଗୁ ଳେଇଙ୍କ ମନ୍ଦିରରେ ପାଣି ଲହଡି ମାରୁଛି l ଗ୍ରାମରେ ଥିବା ବୁଲୁ ବିଶ୍ୱାଳ, ଚନ୍ଦନ ବିଶ୍ୱାଳଙ୍କ ଘରେ ପାଣି ପଶି ଯାଇଛି l ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ବାଲିସାହି ଗାଁ ଦାଣ୍ଡରେ ପାଣି ଲହଡି ମାରୁଛି l ଗ୍ରାମରେ ଅନେକ ପରିବାର ବର୍ତ୍ତମାନ ପାଣି ଘେରରେ ରହିଛନ୍ତି l ସ୍ଥାନୀୟ ତହସିଲଦାର ଦୃଷ୍ଟି ଦେବାକୁ ଗ୍ରାମର ଉପେନ୍ଦ୍ର ବିଶ୍ୱାଳ, ଚନ୍ଦନ ବିଶ୍ୱାଳ, ବିଶ୍ୱଜିତ ବିଶ୍ୱାଳ, ହିମାଂଶୁ ବିଶ୍ୱାଳ, ଦିଲ୍ଲୀପ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଭୟ ବିଶ୍ୱାଳ, ସମ୍ପଦ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି l ସେହିପରି ଲଗାଣ ବର୍ଷା ରେ କାକଟପୁର, ଗୋପ, ଅଂଚଳ ଜଳାର୍ଣ୍ଣବ ହୋଇପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ