ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଧୋଇଗଲା ଅସ୍ଥାୟୀ ପୋଲ : ତୁରନ୍ତ ମରାମତି ପାଇଁ ଦାବୀ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ୱଲମାର୍କ ଲୋ ପ୍ରେସର ରେ ପରିଣତ ହୋଇଛି ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ l ଏହା ଏକ ଅବପାତ ର ରୂପ ନେଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି l ଏହି ପରିପ୍ରେକ୍ଷୀରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ଯାଇଛି ଦାରିଙ୍ଗବାଡ଼ି ଅଞ୍ଚଳ  । ପ୍ରବଳ ବର୍ଷା ହେବା ଫଳରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୫୯ ନଂ. ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାଲିଗୁଡା ଠାରୁ ଦାରିଙ୍ଗବାଡ଼ି, ବ୍ରହ୍ମପୁର କୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଧୋଇହୋଇ ଯାଇଥିବା ଅସ୍ଥାୟୀ ପୋଲ କାମକୁ ପୁଣି କରିବା ପାଇଁ ଠିକା କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଲାଗିରହିଥିବା ଫଳରେ ନଦୀରେ ପ୍ରବଳ ପାଣି ଆସୁଥିବାରୁ କାମ ସଠିକ ଭାବେ କରିହେଉନଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଠାରୁ ଅଳ୍ପ ବର୍ଷା ହେଉଥିବା ବେଳେ ରବିବାର ଦିନ ମଧ୍ୟାହ୍ନ ପର ଠାରୁ ଅଦ୍ୟାବଧି ସୁଦ୍ଧା ପ୍ରବଳ ବର୍ଷା ଜାରୀ ରହିଛି । ବର୍ଷା ସାଙ୍ଗକୁ ପବନ ମଧ୍ୟ ବହୁଛି । ବର୍ଷା ହେବା ଫଳରେ ଉପାନ୍ତ ଅଞ୍ଚଳ ଗୁଡିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ, ସିମନବାଡ଼ି, ତିଲୋରୀ, କିରୀକୁଟି, ବୁଡ଼ାଗୁଡ଼ା ଭଳି ଅନେକ ଅଞ୍ଚଳରେ ରବିବାର ରାତି ଠାରୁ ବିଦ୍ୟୁତ ନାହିଁ । ଲୋକେ ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ବର୍ଷା ଲାଗିରହିଥିବା ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା  ସୁଧାରି  ହୋଇପାରୁନାହିଁ। ମୁଖ୍ୟକରି ବ୍ରାହ୍ମଣୀଗାଁ ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତ ବାସୀ ଅନ୍ଧକାରରେ ରହିଥିବା ସହିତ ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ପ୍ରକାଶ ପାଇଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା କୁ ସୁଧାରି ବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ