ଏମ୍‌ଜି ମୋଟର ଇଣ୍ଡିଆ ପକ୍ଷରୁ ଭାରତରେ ଏଆଇ ଆସିଷ୍ଟାଂଟ୍ ଅଟୋନୋମୋସ୍ ଲେବୁଲ୍‌-୨ ଜ୍ଞାନକୌଶଳଯୁକ୍ତ ଆଷ୍ଟୋରର ଉନ୍ମୋଚନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏମ୍‌ଜି ମୋଟର ଇଣ୍ଡିଆ ପକ୍ଷରୁ ଭାରତରେ ପ୍ରଥମ ବ୍ୟକ୍ତିଗତ ଏଆଇ ଆସିଷ୍ଟାଂଟ୍ ଅଟୋନୋମୋସ୍ ଲେବୁଲ୍‌-୨ ଜ୍ଞାନକୌଶଳଯୁକ୍ତ ଆଷ୍ଟୋର ଏସ୍‌ୟୁଭିର ଉନ୍ମୋଚନ କରାଯାଇଛି । ଆଷ୍ଟୋର ଏମ୍‌ଜିର ସଫଳ ବିଶ୍ୱସ୍ତରୀୟ ପ୍ଲାଟଫର୍ମ, ଜେଡ୍‌ଏସ୍ ଉପରେ ଆଧାରିତ ।ଇମୋସନାଲ ଡାଇନାମିଜିମ ଅନ୍ତର୍ଗତ ଏହାକୁ ଗ୍ରାହକ ପସନ୍ଦ କରୁଥିବା ପାରମ୍ପରିକ ଡିଜାଇନିଂରେ ନିର୍ମିତ । ଏଥିରେ ବୋଲ୍ଡ୍ ସେଲଷ୍ଟିଆଲ ଗ୍ରୀଲ ରହିଛି । ଏହି ଏସୟୁଭି ଏକ କ୍ଲାସିକ ଚିତାବାଘ ଜମ୍ପକରୁଥିବା ଶୈଳୀରେ ନିର୍ମିତ । ଏହାର ଏଲଇଡି ହେଡଲ୍ୟାମ୍ପରେ ଆଷ୍ଟୋରର ନଅଟି ସ୍ଫଟିକ ହୀରା ସହିତ ଏକ ସ୍ୱତନ୍ତ୍ର ହକ-ଆଖି ଆକୃତି ରହିଛି । ଏହାର ଆଭ୍ୟନ୍ତରୀଣକୁ ପ୍ରିମିୟମ୍ ମ୍ୟାଟେରିଆଲ୍‌ରେ ନିର୍ମିତ କରାଯାଇଛି । ଏହା ଦୁଇଟି ଇଞ୍ଜିନ ଅପସନ୍‌ରେ ଆସିବ । ପ୍ରଥମଟି ବ୍ରିଟ ଡାଇନାମିକ ୨୨୦ଟ୍ରୁବୋ ପେଟ୍ରୋଲ ଇଞ୍ଜିନ ସହିତ ୬-ସ୍ପିଡ ଏଟି ଏବଂ ୨୨୦ଏନ୍‌ଏମ୍ ସହିତ ଟର୍କ ତଥା ୧୪୦ପିଏସ୍ ପାୱାର ବୈଶିଷ୍ଟ୍ୟଯୁକ୍ତ । ସେହିପରି ଅନ୍ୟଟି – ଭିଟିଆଇ ଟେକ୍ ପେଟ୍ରୋଲ ଇଞ୍ଜିନ ସହିତ ଏକ ମାନୁଆଲ ଟ୍ରାନ୍ସମିସନ ଏବଂ ୮-ସ୍ପିଡ ସିଭିଟି, ୧୪୪ଏନ୍‌ଏମ୍ ଟର୍କ ଏବଂ ୧୧୦ପିଏସ୍ ପାୱାର ବୈଶିଷ୍ଟ୍ୟଯୁକ୍ତ ।ଏହା ୧୯ ସେପ୍ଟେମ୍ବରରୁ ଏମ୍‌ଜି ଶୋ’ରୁମ୍‌ରେ ପ୍ରଦର୍ଶିତ ହେବ ଏବଂ ଏହାର ବୁକିଂ ମଧ୍ୟ ଶୀଘ୍ର ଆରମ୍ଭ ହେବ ।ଏହି ଅବସରରେ ବ୍ରିଟେନର ଲଣ୍ଡନର ଏମ୍‌ଜିର ଗ୍ଳୋବାଲ ଡିଜାଇନ ସେଂଟରର ଆଡଭାନ୍ସ ଡିଜାଇନ ନିର୍ଦ୍ଦେଶକ କାର୍ଲ ଗୋଥାମ କହିଲେ, ଆଷ୍ଟୋର ଇମୋସନାଲ ଡାଇନାମିଜିମ ଏକ ପ୍ରିମିୟମ ଅନୁଭବ ଆଣିଥାଏ । ମଧ୍ୟମ ଆକାରର ଏସ୍‌ୟୁଭି ଏକ ଭିଜୁଆଲ ସ୍ତରର ବିସ୍ତୃତ ବିବରଣୀ ଏବଂ ଉଲ୍ଲେଖନୀୟ ବୈଶିଷ୍ଟ୍ୟଯୁକ୍ତ । ଏଥିରେ ଆଧୁନିକ ଜ୍ଞାନକୌଶଳ ରହିଛି । ଏଥିରେ ପର୍ସନାଲ ଏଆଇ ଆସିଷ୍ଟାଂଟ୍ ସୁବିଧା ରହିଛି । ଏହାକୁ ଗ୍ରାହକ ବୋ୍ ପସନ୍ଦ କରିବାର ଆଶା ରହିଛି । ଆଷ୍ଟୋରର ଉନ୍ମୋଚନ ଅବସରରେ ଏମ୍‌ଜି ମୋଟର ଇଣ୍ଡିଆର ସଭାପତି ତଥା ଏମଡି, ରାଜୀବ ଛାବା କହିଲେ, ଆମେ ଆମର ଏସୟୁଭି ସହିତ ଭାରତୀୟ ଅଟୋମୋବାଇଲ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ । ଏଆଇ ଆସିଷ୍ଟାଂଟ୍ ଅଟୋନୋମୋସ୍ ଲେବୁଲ୍‌-୨ ଜ୍ଞାନକୌଶଳଯୁକ୍ତ ସୁବିଧା ରହିିଛି । ଏହା ସହିତ ଆଭ୍ୟନ୍ତରୀଣ ବିଳାସପୂର୍ଣ୍ଣ ରହିଛି । ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ ।ପାରାଲିମ୍ପିକ୍ସ୍ ଆଥଲେଟ ଦୀପା ମଲିକ ପର୍ସନାଲ ଏଆଇ ଆସିଷ୍ଟାଂଟ୍ ସିଷ୍ଟମ୍ ପାଇଁ ନିଜର କଣ୍ଠସ୍ୱର ଦେଇଛନ୍ତି । ଆଷ୍ଟୋରରେ ଥିବା ଏଆଇ ଆସିଷ୍ଟାଂଟ ଟେକ୍ନୋଲୋଜି କାର-ଏସ-ପ୍ଲାଟଫର୍ମ (ସିଏଏପି) ଦ୍ୱାରା ବିକଶିତ ।ଆଷ୍ଟୋର ଉନ୍ନତ ଡ୍ରାଇଭର-ସହାୟତା ପ୍ରଣାଳୀ ପାଇଁ ଏମ୍‌ଜି ପକ୍ଷରୁ ବୋସ୍କ୍ ସହିତ ମିଳିତ ହୋଇଛି ।ଏଥିରେ ୬ ଟି ରାଡାର ଏବଂ ୫ଟି କ୍ୟାମେରା ୧୪ ଟି ଉନ୍ନତ ଅଟୋନୋମୋସ୍ ଲେବୁଲ୍‌- ୨ ବୈଶିଷ୍ଟ୍ୟ ରହିଛି । ଏଥିରେ ଇଏସ୍‌ପି, ଟିସିଏସ୍‌, ଏଚ୍‌ଡିସି ଆଦି ୨୭ଟି ସୁରକ୍ଷା ମାନକ ରହିଛି । ଏଥିରେ ୬ ଟି ଏୟାରବ୍ୟାଗ, ୬-ପାୱାର-ଆଡଜଷ୍ଟେବଲ ଡ୍ରାଇଭର ସିଟ, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ, ହିଟେଡ୍ ଓଆର୍‌ଭିଏମ୍‌, ରେନ୍‌-ସେନ୍ସିଂ ୱିପର, ପିଏମ୍ ୨.୫ ଫିଲ୍ଟର, ପାନୋରାମିକ ସ୍କାଏ ରୁଫ୍‌, ପଛ ଏସି ଭେଂଟ, ଆଗ ଏବଂ ପଛ ଆର୍ମରେଷ୍ଟ୍‌, ସିନେମାଟିକ ଅଭିଜ୍ଞତା ପାଇଁ ୧୦.୧-ଇଂଚ ଏଚ୍‌ଡି ଇନଫୋଟେନମେଂଟ ସିଷ୍ଟମ ଏବଂ ୭-ଇଂଚ ଏମ୍ବଡେଡ ଏଲସିଡି ଡିଜିଟାଲ କ୍ଲଷ୍ଟର ସ୍କ୍ରିନ୍ ଆଦି ରହିଛି । ଆଷ୍ଟୋରରେ ୮୦ରୁ ଅଧିକ ଇଂରନେଟ ବୈଶିଷ୍ଟ୍ୟ ରହିଛି, ଯାହାକି ଏମ୍‌ଜି ଆଇ-ସ୍ମାର୍ଟ ଟେକ୍ନୋଲୋଜି ରହିଛି । ଏଥିରେ ମ୍ୟାପ ଇଣ୍ଡିଆ ସହିତ ମାନଚିତ୍ର ଏବଂ ନାଭିଗେସନ, ଜିଓ କନେକ୍ଟିଭିଟି, ପ୍ରଥମ ପ୍ରକାରର ବ୍ଲକ ଚେନ-ସୁରକ୍ଷା ଡିଜିଟାଲ ପାସପୋର୍ଟ ଆଦି ରହିଛି । ଏହା ସହିତ ଗ୍ରାହକ ଜିଓ ସାବନ ଆପରେ ସଙ୍ଗୀତର ସୁବିଧା ପାଇପାରିବେ, ଏକ ହେଡ ୟୁନିଟ ମଧ୍ୟମରେ ପାର୍କିଂ ସ୍ଲଟ ସଂରକ୍ଷଣ କରିବା ସୁବିଧା ରହିଛି । ପାର୍କ ପ୍ଲସ୍ ଏବଂ ଉଇକିପିଡ଼ିଆ ଆଦି ସୁବିଧା ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ