ମରଣଯନ୍ତା ପାଲଟିଛି ଗଂଗଦାହାଟରୁ ତିରୁଣା ଛକ ପର୍ଯ୍ୟନ୍ତ ରାସ୍ତା : ତୁରନ୍ତ ମରାମତି ପାଇଁ ଦାବି

ନାଉଗାଁ, (ୱାଇଏନ୍‌ଏସ୍ ): ନାଉଗାଁ ବ୍ଲକର ଗଂଗଦାହାଟ ଠାରୁ ତିରୁଣା ଛକ ପର୍ଯ୍ୟନ୍ତ ଥିବା ଦେଢ କି.ମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରାଯାଇଥିଲା । ମାତ୍ର ଏବେ ଏହି ରାସ୍ତାଟି ମରଣଯନ୍ତା ପାଲଟିଛି । ଏହି ରାସ୍ତାଟିି ବାଲିକୁଦା ବ୍ଲକ ସହିତ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ଡେରିକି, ଓଷକଣା, କୋରୁଅ, ଶିଖର ଆଦି ପଂଚାୟତର ଜନସାଧାରଣମାନେ ବିଭିନ୍ନ କାର୍ଯ୍ୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ପାଶ୍ୱର୍ରେ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ବିଦ୍ୟାଳୟକୁ ପ୍ରତ୍ୟହ ଶହ ଶହ ଛାତ୍ରଛାତ୍ରୀ ଅଧୟନ ପାଇଁ ଆସିଥାନ୍ତି । କିଛି ଛାତ୍ରଛାତ୍ରୀ ସାଇକେଲରେ ଆସୁଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଯଦି କୌଣସି ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ଉକ୍ତ ଖାଲରେ ପଶି ଯାଏ, ଖାଲରେ ଜମା ହୋଇଥିବା ପାଣି ଛିଟିକା ମାରି ଛାତ୍ରଛାତ୍ରୀଙ୍କ ଉପରେ ପଡିଥାଏ । ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ସମସ୍ୟା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବିଜେପି ଜିଲ୍ଲା ଉପସଭାପତି ନିଗମାନନ୍ଦ ପରିଡା, କଂଗ୍ରେସ ଯୁବନେତା ବିଶ୍ୱରଜଂନ ପରିଡା, ସମାଜସେବୀ ସୁକାନ୍ତ ନାୟକ, ସୁରେଶ ମୁଦୁଲିଙ୍କ ସମେତ ଅଭିଭାବକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ