ଉଡ଼ନ୍ତା ପୋଲ ତଳ ଦୋକାନ ଉଚ୍ଛେଦ ପ୍ରସଙ୍ଗ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଉଡ଼ନ୍ତା ପୋଲ ମରାମତିରେ ଅନ୍ତରାୟ ହୋଇଥିବା ପୋଲତଳ ଦୋକାନ ଉଚ୍ଛେଦ ପ୍ରସଙ୍ଗକୁ ନେଇ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି । ତେବେ ଦୋକାନ ଉଚ୍ଛେଦ ପୂର୍ବରୁ ଦୋକାନୀଙ୍କ ସ୍ଥାୟୀ ଥଇଥାନ ନେଇ ପ୍ରଶାସନ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଦାବି ଉଠାଇଛି ବାଲେଶ୍ୱର ଓଭର ବ୍ରିଜ ମାର୍କେଟ କମ୍ପେ୍ଲକ୍ସ ବ୍ୟବସାୟୀ କମିଟି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇ ପୋଲ ତଳୁ ଦୋକାନ ଉଚ୍ଛେଦକୁ ନେଇ ଉଚ୍ଚତମ ନ୍ୟାୟଳୟରେ ବିଚାରଧୀନ ମାମଲା ସମ୍ପର୍କରେ ସୂଚନା ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ପୋଲ ତଳୁ ଦୋକାନ ଉଚ୍ଛେଦ ସମୟସୀମା ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଥିବା ବେଳେ ଦୋକାନୀଙ୍କୁ ଥଇଥାନ ପାଇଁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ମାତ୍ର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀରେ ପ୍ରଶାସନର ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ କମିଟିର କର୍ମକର୍ତ୍ତାମାନେ ଉଦବେଗ ପ୍ରକାଶ କରିଥିଲେ । ମାତ୍ର ପ୍ରଶାସନ ଉଚ୍ଛେଦ ଦୋକାନୀଙ୍କୁ ପୌରାଞ୍ଚଳ ସୀମା ମଧ୍ୟରେ ଥଇଥାନ ନ କରାଇ ଅନ୍ୟତ୍ର ସ୍ଥାନାନ୍ତର କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦୋକାନୀମାନେ କହିଥିଲେ । ଅନ୍ୟପକ୍ଷରେ ଦୋକାନୀମାନଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟଳୟରେ ବିଚାରଧୀନ ମାମଲାର ଶୁଣାଣି ଅକ୍ଟୋବର ୪ ତାରିଖରେ ଥିବା ବେଳେ ପୋଲ ଓ ଉଚ୍ଛେଦ ଦୋକାନୀଙ୍କ ସ୍ଥିତି ସମ୍ପର୍କରେ ଜବାବ ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ରହିଛି । ଆପାତତଃ ଉଚ୍ଚତମ ନ୍ୟାୟାଳୟରେ ଜବାବ ରଖିବା ପର୍ଯ୍ୟନ୍ତ ଉଚ୍ଛେଦକୁ ନେଇ ଜିଲା ପ୍ରଶାସନ କୌଣସି କଡ଼ା ଅଭିମୁଖ୍ୟ ଗ୍ରହଣ କରିବା ଉଚିତ ନୁହେଁ ବୋଲି କମିଟିର କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତାବ ଦିଆଯାଇଛି । ଅନ୍ୟପକ୍ଷରେ ଦୀର୍ଘ ଦୁଇ ବର୍ଷଧରି କରୋନା ଯୋଗୁଁ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପୋଲ ତଳର ୧୭୦ ଦୋକାନୀ ଓ ସେମାନଙ୍କ କର୍ମଚାରୀଙ୍କ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇ ପଡ଼ିଛି ।ଏଭଳି ସ୍ଥିତିରେ ପ୍ରଶାସନ ସେମାନଙ୍କୁୁ ଉଚିତ ସ୍ଥାନରେ ସ୍ଥାୟୀ ଦୋକାନ ଗୃହ ନିର୍ମାଣ ସହ ଥଇଥାନ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି । ଓଭର ବ୍ରିଜର ମରାମତି ପାଇଁ ସେମାନେ କେବେ ବି ବାଧା ଉପୁଜାଉ ନଥିବା ବେଳେ କେବଳ ସେମାନଙ୍କ ପରିବାର ପ୍ରତିପୋଷକ଼ୁ ଦୃଷ୍ଟି ଦେଇ ସେମାନ


