ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଡାକ୍ତରଖାନାରେ ଫଳ ବଣ୍ଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ କେନ୍ଦ୍ରାପଡା ବିଜେପି ପକ୍ଷରୁ ଆୟୋଜିତ ସେବା ସମର୍ପଣ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ବିଜେପି ନେତା ସୁନାକର ବେହେରା, ଉପିନ କୁମାର ରାଉତ, ମହମ୍ମଦ ସଲିମ ଖାନ, କଳ୍ପନା ମଲ୍ଲିକ, ଅଭିମନ୍ୟୁ ଗୋଛାୟତ, ମନୋରଞ୍ଜନ ଉପାଧ୍ୟାୟ, ସରୋଜକାନ୍ତ ନାୟକ, ନ ସାହ, ଅମିତାଭ ସୁଆର, ଦିଲ୍ଲିପ ଦାଶ, କମଳ ଲୋଚନ ମହାପାତ୍ର ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚାର ଶୋଭନ ଆଚାର୍ଯ୍ୟ, କୃଷ୍ଣପଦ ମଣ୍ଡଳ, ରତିରଞ୍ଜନ ଜେନା, ଅବିନାଶ ସ୍ୱାଇଁ, ସନ୍ଦିପନୀ ଆର୍ଯ୍ୟକୁମାର, ସତ୍ୟପ୍ରଜ୍ଞା ନାୟକ, ମହିଳା ମୋର୍ଚ୍ଚାର ଉଷାରାଣୀ ମିଶ୍ର, ବନ୍ଦନା ରାଣୀ ରାଉତରାୟ, ମଞ୍ଜୁଲତା ମଲ୍ଲିକ, ନମିତା ବଳ, ଲିଜାରାଣୀ ଦାସ, ଓବିସି ମୋର୍ଚ୍ଚାର ସତ୍ୟପ୍ରକାଶ ସାମଲ, ହରିଶ ପ୍ରଧାନ, ସିଲୁ ପ୍ରସାଦ ମହାରଣା, ସୁଶିଲ ପରିଡା, ଚିତ୍ତରଞ୍ଜନ ସ୍ୱାଇଁ, ସଂଖ୍ୟାଲଘୁ ମୋର୍ଚ୍ଚାର ସେକ ବୁରହାନ ଅଲ୍ଲୀ, ମେହେରୁଲ୍ଲା ଶେଖ, ମିର ସଲିମ, ସେକ ସାହିଲ ହୋସେନ, ଜମିଲ ଅହେମ୍ମଦ, ସେଖ ଉମ୍ରାନ, ସେଖ ଅସଫାକ ଆଲାମ, କୃଷକ ମୋର୍ଚ୍ଚା ପକ୍ଷରୁ ବିଚିତ୍ର କୁମାର ପ୍ରଧାନ, ରତ୍ନାକର ଦାସ, ଶ୍ରୀକାନ୍ତ ସେନାପତି, ପ୍ରତାପ ତ୍ରିପାଠୀ, ଶ୍ରୀଧର ମହାରଣା, ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ଅନ୍ତର୍ଯ୍ୟାମୀ ମଲିକ, ପ୍ରଶାନ୍ତ ସେଠୀ, ଅଶୋକ ସେଠୀ, ବିଘ୍ନେଶ ମଲିକ, ଉତ୍ତମ ମଲିକ ପ୍ରମୁଖ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ