ପରିବେଶ ଶୋଷଣରେ ଆଧୁନିକ ଯୁଦ୍ଧର ଭୂମିକା
ମଣିଷର ପ୍ରତିଟି କ୍ରିୟା ପରିବଶେ ଉପରେ ଅନକୂଳ ଅଥବା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯୁଦ୍ଧ ମଣିଷର ଏକ ଏମିତି କ୍ରିୟା ଯାହା ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଇଥାଏ । ଯୁଝିବା ବା ଅର୍ଥରେ ଯୁଦ୍ଧ । ଏହାର ଅର୍ଥ ବ୍ୟାପକ । ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ହେଲେ, ଏବଂ ଏହା ପାରମ୍ପରିକ କୌଶଳରେ ହେଉଥିଲେ, ଏହାକୁ ଲଢେଇ ବା ଦ୍ୱନ୍ଦ ଯୁଦ୍ଧ କୁହାଯାଏ । ଦୁଇଦଳ ଅଥବା ଦୁଇଟି ରାଜ୍ୟ ମଧ୍ୟରେ ହେଲେ , ତାକୁ ଯୁଦ୍ଧ ବା ବାଟଲ୍ କୁହାଯିବ; ଶାସକ ଓ ଶାସିତ ମାନଙ୍କ ମଧ୍ୟରେ ଆନ୍ଦୋଳନ ବା ଯୁଦ୍ଧ ହେଲେ ତାକୁ ସଂଗ୍ରାମ ବୋଲି କୁହାଯିବ; ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହେଲେ, ତାକୁ ସମର ବୋଲି କୁହାଯିବ ଏବଂ ସମଗ୍ର ବିଶ୍ୱରେ ଦେଶମାନେ ପକ୍ଷଭୁକ୍ତ ହୋଇ ଯୁଦ୍ଧ କଲେ, ତାକୁ ମହାସମର ବା ବିଶ୍ୱଯୁଦ୍ଧ କୁହାଯିବ ।
ଯୁଦ୍ଧରେ ବ୍ୟବହାର ହେଉଥିବା ଅସ୍ତ୍ରର ପ୍ରକାର ଭେଦ ଅଛି । ପାରମ୍ପାରିକ ଯୁଦ୍ଧରେ ହାତ, ହତିଆର , ଧନୁ, ତୀର ଇତ୍ୟାଦିର ବ୍ୟବହାର ଥାଏ । ଏ ସବୁ ଯୁଦ୍ଧରେ କେବଳ ସଂପୃକ୍ତ ଯୁଦ୍ଧରତ ବ୍ୟକ୍ତି, ସୈନିକ ବା ପାଇକାର ମୃତ୍ୟୁ ବା କ୍ଷତି ହୋଇଥାଏ । ପରିବେଶ, ସର୍ବସାଧାରଣ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଅଥବା ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦି ଏଥିରେ ପ୍ରଭାବିତ ହୋଇନଥାନ୍ତି ।
ଆଧୁନିକ ଯୁଦ୍ଧର ଅସ୍ତ୍ରରୂପେ ଖାଲି ଗୋଳା, ବାରୁଦ, କମାଣ , ବନ୍ଧୁକ ,ମେସିନ ଗନ୍,ଇତ୍ୟାଦି ବ୍ୟବହାର ହୋଇନଥାଏ । ଅପରନ୍ତ ପରମାଣୁ ବୋମାବିସ୍ପୋରଣ, ଅଣୁ ଅସ୍ତ୍ର ତଥା ରେଜର ରଶ୍ମିର ପ୍ରୟୋଗ କାର୍ଯ୍ୟକାରୀ ହେଲାଣି । ଏହାର ଭୟାବହତା କଳ୍ପନାତୀତ । ଏହାର କୁ ପ୍ରଭାବ , ଜଳ, ସ୍ଥଳ ଓ ଆକାଶ ଉପରେ ପଡୁଛି । ଏହାଦ୍ୱାରା କି ମଣିଷ କି ଉଦ୍ଭିଦ୍ ଓ ପ୍ରାଣୀ ସମସ୍ତେ ପ୍ରଭାବିତ । ଏହି ଦୃଷ୍ଟିରୁ ବିଚାର କଲେ, ମନୁଷ୍ୟ ଜାତିର ଇତିହାସରେ ପ୍ରଥମ ବିଶ୍ୱଯୁଦ୍ଧଥିଲା ସର୍ବାଧିକ ରକ୍ତାତ ସଂଗ୍ରାମ । ଅର୍ଥନୈତିକ ଦୃଷ୍ଟିରୁ ଏହାଥିଲା ସର୍ବାଧିକ ବ୍ୟୟ ବହୁଳ । ଜୀବନ ହାନି ଓ ଅର୍ଥହାନି ଦୃଷ୍ଟିରୁ ଏହି ଯୁଦ୍ଧ ବିଶ୍ୱ ବାସୀଙ୍କର ଅଶେଷ ଅହିତ ସାଧନା କରିଥିଲା । ଗଣନା ଅନୁସାରେ ୬୫ ନିୟୁତ ସୈନିକ ଏଥିରେ ନିଯୁକ୍ତ ଥିଲେ ଏବଂ ଏଥିରୁ ସାଢେ ଆଠ ନିୟୁତ ସୈନ୍ୟ ରଣାଙ୍ଗନରେ ଆହତ ଜନତି ମୃତ୍ୟୁ ବରଣ କଲେ । ୨୧ ନିୟୁତ ଆହତ ହୋଇ େ‘ରିଲେ; ଯୁଦ୍ଧରେ ଧ୍ୱଂସ ଲୀଳା ମଧ୍ୟରେ ବେସାମରିକ ନାଗରିକମାନେ ଥିଲେ ୧୩ ନିୟୁତ । ଏଥିରୁ ପ୍ରମାଣିତ ହେଲା ଯେ ଏଣିକି ଯୁଦ୍ଧହେଲେ ସାମରିକ ଲୋକ ଅପେକ୍ଷା ବେସାମରିକ ଲୋକଙ୍କ ମୃତାହତ ସଂଖ୍ୟା ଅଧିକହେବ । ଏହି ଯୁଦ୍ଧରେ ଧନ ସଂପତ୍ତି କ୍ଷତି ପରିମାଣ କଳନା କରି ହେଲା ନାହିଁ ଅଥଚ ଏହାର ବିଭିଷୀକା ପରିବେଶ ସହିତ ମଣିଷ ଜାତିକୁ ସ୍ତମ୍ଭୀଭୂତ କରିଦେଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଆହୁରି ବଳାଇ ଗଲା । ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା କଳନା କରିହେଲା ନାହିଁ । ତଥାପି ଅନୁମାନ କରାଯାଏ ଯେ ଏହି ଯୁଦ୍ଧରେ ୩୫ ନିୟୁତରୁ ୬୦ ନିୟୁତ ଲୋକ ଜୀବନ ହରାଇଥିଲେ । ପାର୍ଥିବ କ୍ଷୟ କ୍ଷତିର ପରିମାଣ ଚିର ଦିନ ଅକଳନ୍ତି ରହିଲା । ଏହିଯୁଦ୍ଧରେ ପ୍ରଥମ କରି ପରମାଣୁ ବୋମାର ପ୍ରୟୋଗ ହେଲା । ଜାପାନର ହିରୋସୀମା ଉପରେ ୬ ଅଗଷ୍ଟ ୧୯୪୫ ମସିହାରେ ଆମେରିକା ତର‘ରରୁ ପ୍ରଥମ ପରମାଣୁ ବୋମା ପ୍ରୟୋଗ ହେଲା ଯାହାର ପ୍ରଭାବରେ ୬୬ ହଜାର ଲୋକଙ୍କ ମୃତ୍ୟୁୁ ସହ ହୀରୋସୀମା ସହର ଏବଂ ଏହାର ପରିବେଶ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲା । ପରେ ପରେ ୬ ଅଗଷ୍ଟ ୧୯୪୫ରେ ସେହି ଜାପାନର ନାଗାସାକିରେ ୨ୟ ପରମାଣୁ ବୋମା ପ୍ରୟୋଗ ହେଲା । ନିମିଷିକ ମଧ୍ୟରେ ୪୦ ହଜାର ଲୋକ ଧ୍ୱଂସୀଭୂତ ହେଲେ । ଯିଏ ବଂଚିଲେ , ଏଯାବତ୍ ପଂଗୁ ହୋଇ ବଂଚିଛନ୍ତି । ସେ ଯାଗାରେ ଦୂବ ମଧ୍ୟ କଅଁଳେ ନାହିଁ । ଏଠାକାର ଜଳ, ବାୟୁ,. ମାଟି ଓ ଅକାଶ ପ୍ରଦୂଷିତ ହୋଇଗଲେ । ଜୀବଜନ୍ତୁ ତିଷ୍ଠିବାରେ ଏହା ବିପରୀତ ପ୍ରତିକୂଳ ସୃଷ୍ଟିକଲା ।
ଏହାଠାରୁ ବଳି ଭୟଙ୍କର ଅଣୁଅସ୍ତ୍ର ଓ ରେଜର ରଶ୍ମି ଅପେକ୍ଷା କରିଛନ୍ତି । ଯଦି ତୃତୀୟ ବିଶ୍ୱ ଯୁଦ୍ଧ ହୁଏ, ପୃଥିବୀର ଉଦ୍ଭିଦ ଓ ପ୍ରାଣୀ ସହ ଗୋଡି ମାଟି ଧ୍ୱଂସ ହୋଇଯିବ । ପରମାଣୁ ବୋମାର ଉଦ୍ଭାବକ ଏଇନ୍ଷ୍ଟେନ ଏହାର ଭୟାବହତା ଜାଣିବା ପରେ ସାରା ବିଶ୍ୱର ବୈଜ୍ଞାନିକ , ଶାସକ ,ଦୁଷ୍ଟ ବ୍ୟକ୍ତି ସମୂହକୁ ଶୁଣାଇ ଦେଲେ ଯେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ସାରା ବିଶ୍ୱରୁ ମଣିଷ ଜାତି ସଂପୂର୍ଣ୍ଣ ଭାବେ ଲୋପ ପାଇଯିବ । ଏଣୁ ଏ ପ୍ରକାର ମାରଣାସ୍ତ୍ରର ପ୍ରସ୍ତ୍ୁତି ଓ ପ୍ରୟୋଗକୁ ସଂପୂର୍ଣ୍ଣ ନିଷେଧ କରାଯାଉ ।
ଏଇନ୍ଷ୍ଟାଇନ ଏହାର ଶାନ୍ତିପୂର୍ଣ୍ଣ ବିନିଯୋଗ କଥା ଚିନ୍ତା କରିଥିଲେ । ସେ ଏହାର ଧ୍ୱଂସକାରୀ ଶକ୍ତି କଥା ସ୍ୱପ୍ନରେ ବି ଭାବି ନଥିଲେ । ଏଥିପାଇଁ ସେ ବହୁତ ଦୁଃଖ ପାଇଥ୍ôଲେ ।
ପାରମ୍ପରିକ ଯୁଦ୍ଧରେ ସ୍ୱତନ୍ତ୍ର ନିୟମ କାନୁନ ଥିଲା । ସେଥିରେ ସାଧାରଣ ବା ବେସାମରିକ ବ୍ୟକ୍ତି ,ପଶୁପକ୍ଷୀ ,ଜଂଗଲ, କୃଷି କ୍ଷେତ୍ର ଜଳାଶୟ , ମୃତିକା କିମ୍ବା ବାୟୁ ଇତ୍ୟାଦି ମଣିଷର ବଂଚିବାର ଉପାଦାନ ଯେତେ , ସେମାନେ କେହି ପ୍ରଭାବିତ ହେଉନଥିଲେ । ବର୍ତ୍ତମାନର ଯୁଦ୍ଧରେ ସମଗ୍ର ମାନବ ଜାତି ଶିକାର, ଜଳ ପ୍ରଦ୍ୟୁଷିତ , କୃଷୀରେ ହାନୀ, ଜଂଗଲରେ ଅଗ୍ନିପାତ, ମୃତ୍ତିକା ଓ ପବନ ବିଷାକ୍ତ , ଏଣୁ ଜୀବଜନ୍ତୁଙ୍କ ମୃତ୍ୟୁ; ସାଧାରଣ ଧର୍ମାନୁଷ୍ଠାନ , ଶିକ୍ଷାନୁଷ୍ଠାନ, ଏବଂ ସେବାନୁଷ୍ଠାନ ଇତ୍ୟାଦି ଧ୍ୱଂସୀଭୂତ । ମୋଟ ଉପରେ ସମଗ୍ର ବିଶ୍ୱର ପରିବେଷ ଶୋଷିତ ଏବଂ ପ୍ରଦ୍ୟୁଷିତ ହେଉଛି । ଯାହାକି ବଂଚିବା ପାଇଁ ପ୍ରତିକୂଳ ବାତାବରଣ ସୃଷ୍ଟି କରିଛି ।
୨୦୦୬ ମସିହା ଆଜିର (୬ନଭେମ୍ବର) ଦିନରେ ପରିବେଶ ପ୍ରତି ଯୁଦ୍ଧାସ୍ତ୍ରର ପ୍ରୟୋଗରୁ ନିବୃତ୍ତି ନେବା ପାଇଁ ମିଳିତ ଜାତିସଂଘର ସାଧାରଣ ଆସେମ୍ବ୍ଲିଦ୍ୱାରା ଏକ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏଥିପ୍ରତି ସାବଧାନ ରହିବା ପାଇଁ ସମସ୍ତ ଦେଶର ଶାସନ ନିୟନ୍ତ୍ରିକ , ବୈଜ୍ଞାନିକ, ବୃଦ୍ଧିଜୀବୀ, ପ୍ରକୃତି ପ୍ରେମୀ, ପରିବେଶ ବିତ୍ ତଥା ନିଜ ପାଇଁ ଶୁଭକାମନା କରୁଥିବା ମଣିଷ ଜାତିକୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ଏ ନେଇ ଜାତିସଂଘ ତର‘ରୁ ଜନସଚେତନତା ସୃଷ୍ଟି ପାଇଁ ଏହି ଦିବସଟି ସମସ୍ତ ବିଶ୍ୱରେ ଯୁଦ୍ଧ ଜନିତ ପରିବେଶ ଶୋଷଣ ବିରୋଧି ଦିବସ ରୂପେ ପାଳନ କରାଯାଉଛି ଓ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି ।
ବଂଚିବାକୁ ଆମେ ଭଲପାଏ । ବଂଚିବା ଆମର ଅଧିକାର ଆସନ୍ତୁ ପରିବେଶକୁ ରକ୍ଷା କରିବା । ଆମେ ଯଦି ପରିବେଶର ଯତ୍ନ ନନେବା ସେ ଆମର ଯତ୍ନ ନେବ କିପରି? ଆମେ ବଂଚିବା କେମିତି ?
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮