ବେଲଗୁଣ୍ଠା ବିଜୁ ପରିବାର ତରଫରୁ “ଯୁବ ସମ୍ମେଳନ ଓ ଆଲୋଚନା ଚକ୍ର”

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ରାଷ୍ଟ୍ର ଗଠନ ରେ ଯୁବ ସମାଜ ର ଭୂମିକା ଶୀର୍ଷକ ଏକ ଯୁବ ସମ୍ମେଳନ ଓ ଆଲୋଚନା ଚକ୍ର, ବିଜୁ ଜନତାଦଳ, ବେଲଗୁଣ୍ଠା ତରଫରୁ ଆୟୋଜିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ଆସ୍କା ସଂସାଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ,ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବେଲଗୁଣ୍ଠା ବ୍ଲକ ସଭାପତି ପ୍ରଶାନ୍ତ ନାୟକ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି କାର୍ଯକ୍ରମ ରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧୀନ ସମସ୍ତ ପଞ୍ଚାୟତର ଯୁବ, ଛାତ୍ର, ବୈଷିୟୀକ ବିଭାଗ ଦାୟିତ୍ୱ ନେଇଥିବା ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ଥିଲେ lସମ୍ପୂର୍ଣ ଦିନଟି ଚାରିଗୋଟି ଅଧିବେଶନ ରେ କ୍ରିୟାନ୍ୱୟୀତ୍ୱ ହୋଇଥଲା, ଜାତୀୟ ସ୍ତରର ପ୍ରେରଣାଦାୟି ବକ୍ତା ତଥା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର ର ଡେପୁଟି ମ୍ୟାନେଜେର ନିତ୍ୟ ସୁନ୍ଦର “ବର୍ତମାନ ସ୍ଥିତି ରେ ଯୁବକ ମାନଙ୍କ ମାନସିକ ସ୍ଥିତି ଓ ଉଦ୍ୟକ୍ତlପଣ ର ଆବିଷ୍କାର” ଉପରେ ପ୍ରଥମ ସତ୍ର ଉପସ୍ଥାପନା କରିଥିଲେ ! ଅନ୍ୟ ଏକ ଅଧିବେଶନ ରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ସଭାପତି ସଚିନ ମହାପାତ୍ର ଯୋଗଦେଇ ବର୍ତମାନ ଚାଷର ଆହ୍ୱାନ, “କୃଷକ ମାନଙ୍କ ସ୍ଥିତି ଓ ନୂଆ ଚାଷୀ ଆଇନ” ଉପରେ ମତବ୍ୟକ୍ତ କରିବା ସହ ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ ଚାଷ ଓ ଚାଷୀ ଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ l ମୁକ୍ତ ଅଧିବେଶନ ରେ ଅନେକ ସଦସ୍ୟ, ସଦସ୍ୟା ଅଂଶଗ୍ରହଣ କରି ରାଷ୍ଟ୍ର ଗଠନ ଦିଗରେ ପ୍ରତେକ ଯୁବକ ତତ୍ପର ହେବାର ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ l ପ୍ରତେକ ସତ୍ର କୁ ବିଶାରଦ ମଣ୍ଡଳୀ କୁଞ୍ଜବିହାରୀ ନାୟକ, ଶୂଳପାଣି ଶତପଥୀ, କବିରାଜ ପରିଡା, ରାମଚନ୍ଦ୍ର ମହାନ୍ତି ଙ୍କ ପର୍ଯ୍ୟବେକ୍ଷଣ ରେ ପରିଚାଳିତ ହୋଇଥିଲା l କାର୍ଯ୍ୟକ୍ରମ କୁ ସମ୍ପାଦକ ରାମେଶ୍ୱର ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଅମିତ କୁମାର ନାୟକ, ପୂର୍ବତନ ସମିତି ସଭ୍ୟ ତଥା ୪୭ ନମ୍ବର ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଯୁବ ସଭାପତି ଶିବରାମ ରାଉତ,ବୈଷୟିକ ସମ୍ପାଦକ, ବିଭୁପାଦ ଜେନା ଓ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସଂଚାଳନ କରିଥିଲେ lଯୁବବର୍ଗ କୁ ରାଷ୍ଟ୍ର ସ୍ୱାର୍ଥ ରେ ନିୟୋଜିତ ହେବାପାଇଁ ମନସ୍ଥିତି ପ୍ରସ୍ତୁତି ଲକ୍ଷ ରଖି ସମାଜସେବୀ ସ୍ବସ୍ତି ସୁନ୍ଦର ସିଅ କାଯ୍ୟକ୍ରମର ପରିକଳ୍ପନା ଓ ସଂଯୋଜନା କରିଥିଲେ l ଶେଷରେ ଚିନ୍ମୟ ପୋଲାଈ ଧନ୍ୟବାଦ ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ