ଗଜପତିରେ ଜନଶିକ୍ଷା ସଂସ୍ଥାନର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସେଣ୍ଟର ତରଫରୁ କମ୍ୟୁନିଟି ଡେଭ୍ଲପମେଣ୍ଟ (ସିସିଡି) ଦ୍ୱାରା ଭାରତ ସରକାରଙ୍କ କୌଶଳ ଓ ଉଦ୍ୟେଗ ମନ୍ତ୍ରାଳୟ ସହାୟତାରେ ଜନ ଶିକ୍ଷା ସଂସ୍ଥାନ ମାଧ୍ୟମରେ କୌଶଳ ବିକାଶ ତାଲିମ କେନ୍ଦ୍ର ଓ ନୂତନ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ କାମାକ୍ଷ ନଗର ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତିର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଏକ ସର୍ଭେ ମାଧ୍ୟମରେ ଲୋକମାନଙ୍କ ଇଛାଶକ୍ତି, କଣ କଣ କୌଶଳ ଜ୍ଞାନ ରହିଛି ଏବଂ ଯାହ। ପ୍ରସ୍ତୁତ କରିବା ସହ ତାର ସଫଳ ବଜାରୀକରଣ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଲିଡ୍ ବ୍ୟାଙ୍କ ମ୍ୟାନେଜର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଓଡିଶା ଜୀବିକା ମିଶର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା, ଡିଆସିର ଅଧିକରୀ, ଆର୍ସେଟିର ନିର୍ଦ୍ଦେଶକ, ଗଜପତି ମହିଳା ସମବାୟର କର୍ମୀ, ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ଅଧ୍ୟକ୍ଷ, ଜନ ଶିକ୍ଷା ସଂସ୍ଥାନର ପରିଚାଳନା କମିଟିର ସଭ୍ୟସଭ୍ୟା, ସିସିଡିର ପରିଚାଳନା କମିଟିର ସଭ୍ୟସଭ୍ୟା, ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଓ ବିଭିନ୍ନ ଖବରକାଗଜର ପ୍ରତିନିଧିମାନେ ଉପସ୍ଥିତଥିଲେ । ଜନଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଏ.ଜଗନ୍ନାଥ ରାଜୁ ମହିଳା ଏବଂ ମହିଳା ସ୍ୱୟଂ ସହାୟକ ଦଳର ଆର୍ଥିକ ଉନ୍ନତି ତଥା କ୍ଷୁଦ୍ରଉଦ୍ୟୋଗ ପ୍ରତିଷ୍ଠା କରି କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ଗୁରୁତ୍ୱାରୋପ କରିଥିଲେ । ଗଜପତି ଜିଲ୍ଲାରେ ଥିବା ଅଶିକ୍ଷିତ, ଅଣଶିକ୍ଷିତ ଓ ଅଧାରୁ ପାଠ ଛାଡି ଥିବ। ସମସ୍ତ ବେକାର ଯୁବକ ଯୁବତୀ ମାନଙ୍କୁ (୧୫ରୁ୪୫ ବର୍ଷ) ବିଭିନ୍ନ ପ୍ରକାରର କୌଶଳ ଭିତ୍ତିକ ତାଲିମ ମାଗଣାରେ ପ୍ରଦାନ କରାଯିବ ଏବଂ ବିଭିନ୍ନ ବ୍ୟକ୍ତିମାନଙ୍କୁ ଭାରତ ସରକାରଙ୍କର ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯିବ । ଏହି ବେକାର ଯୁବକଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବା ଜନଶିକ୍ଷା ସଂସ୍ଥାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ କୁହାଯାଇଛି । ପ୍ରତିବର୍ଷ ୧୮୦୦ ଜଣଙ୍କୁ ଏହି ସଂସ୍ଥା ମାଧ୍ୟମରେ ତାଲିମ ପ୍ରଦାନ କରାଯିବ । ଏଥିରେ ମହୁଚାଷ, ଛତୁଚାଷ, ୱେଲ୍ଡିଂ, ଜୁସ୍-ଜାମ-ଜେରଲୀ-ଆଚାର ତିଆରି କରିବା, ସିଲେଇ, ବେକାରୀ, ଅଗରବତୀ, ବାଉଁଶରେ ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତ କରିବ।। ଇତ୍ୟାଦି ୧୨ ପ୍ରକାର ତାଲିମ ୯୦୦ ଜଣଙ୍କୁ ଏହି ୬ ମାସ ମଧ୍ୟରେ ତାଲିମ ଦିଆଯିବ । ତାଲିମାର୍ଥୀଙ୍କ ଗମନାଗମନର ଅସୁବିଧାକୁ ଆଖିଆଗରେ ରଖି ଏହି ତାଲିମ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ମଧ୍ୟ ଆୟୋଜନ କରିବା ପାଇଁ ବ୍ୟବସ୍ଥା ହୋଇଥିବାର ସୂଚନା ପ୍ରଦାନ କରାଯାଇଛି ।