ଆନ୍ଧ୍ର ସୀମାବର୍ତ୍ତୀ ଗଙ୍ଗାବାଡରେ ଗଜପତି ପ୍ରଶାସନ ଦ୍ୱାରା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତର ସୀମାବର୍ତ୍ତି ଅଞ୍ଚଳରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟରୁ ଗୃହ ନିର୍ମାଣ ଯୋଜନା ଅନ୍ୟତମ । ବିଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ବାସଗୃହ ଯୋଗାଇବା କାର୍ଯ୍ୟକ୍ରମ ୨୦୧୯ ମସିହାରୁ ଜାରି ରହିଛି । ଏହି କାର୍ଯ୍ୟକ୍ରମ ବିଜୁ ପକ୍କାଘର ଯୋଜନାରେ ୨୦୪ଗୋଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ପଞ୍ଚାୟତରେ ୨୦ଗୋଟି ରାଜସ୍ୱ ଗ୍ରାମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୬ଗୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦୨୧-୨୨ ଏହାକୁ ବୃଦ୍ଧି କରିବା ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଗଙ୍ଗାବାଡ ପଞ୍ଚାୟତର ସୀମାବର୍ତ୍ତୀ ଗ୍ରାମ ଯଥା ମାଣିକପାଟଣା, ଚମ୍ପାପୁର, ବାରଘର ନୂଆକଲୋନୀ, ଗୁଡିଖଡି, ଦେଉଳା କଲୋନୀ ଗ୍ରାମକୁ ଗୁରୁତ୍ୱ ଦିଆଯାଉଛି । ମାଣିକପାଟଣାରେ ଘର ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ମଙ୍ଗଳା ଭୂୟାଁ, ହାଡିଆ ଭୂୟାଁ, ଭୀମ ଜାନି, ରମେଶ ଶବର, ରାମ ଶବର, ସିନ୍ଧୁ ଶବର, ସୂର୍ଯ୍ୟ ଶବର, ପ୍ରଦୀପ ଶବର, ପପିଆ ଶବର ଏବଂ ଗୁରୁନାଥ ଶବରଙ୍କ ସମେତ ବହୁ ହିତାଧିକାରୀ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ