ପ୍ରେସ୍ ଇସ୍ତାହାର ଯୁବ ସମାଜସେବୀ ରିତେନ୍ଦ୍ରଙ୍କ ପରଲୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଯୁବ ସମାଜସେବୀ ରିତେନ୍ଦ୍ର କୁମାର ମିଶ୍ରଙ୍କ ଆକସ୍ମିକ ବିୟୋଗ ଘଟିଛି । ରାଜଧାନୀରେ କରୋନା ମହାମାରୀ ସମୟରେ ଅଭାବୀ, ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ, ରକ୍ତଦାନ ସହିତ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ପ୍ରମୁଖ କାର୍ଯ୍ୟ କରିଆସୁଥିଲେ । ପେସାରେ ଗ୍ରାଫିକ୍ ଡିଜାଇନ୍ କାର୍ଯ୍ୟ କରୁଥିଲେ ମଧ୍ୟ ନିଶା ତାଙ୍କର ସମାଜସେବା ଥିଲା । ରକ୍ତ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୪୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ । ଏକମାତ୍ର ପୁତ ଦର୍ଶନଙ୍କ ସମେତ ଧର୍ମପତ୍ନୀ ଅନିତା, ଅନ୍ତରଙ୍ଗ ବନ୍ଧୁ ସୁଜୟ, ମନୋଜ ତଥା ବନ୍ଧୁ ପରିବାରବର୍ଗ ଗଭୀର ଶୋକ ବ୍ୟକ୍ତ କରିବା ସହିତ, ତାଙ୍କ ପରି ସରଳ, ଅମାୟିକ, ମେଳାପୀ, ପରୋପକାରୀ, ନିଷ୍ଠାପର ବ୍ୟକ୍ତିତ୍ୱ, ସମାଜସେବୀ ମିଳିବା କଷ୍ଟକର ବୋଲି ସ୍ମୃତିଚାରଣ କରି କହିଛନ୍ତି । ଅମର ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


