ବାବା ଅଗସ୍ତିଶ୍ୱର କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍‌ଯାପିତ୍ଓ ମ୍‌ସାଇ ଦଳ ବିଜେତା, ମହାଲକ୍ଷ୍ମୀ ଦଳ ଉପବିଜେତା

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ଗ୍ରାମରେ ଶନିବାର ବାବା ଅଗସ୍ତିଶ୍ୱର କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍‌ଯାପିତ୍ ହୋଇଛି । ଆଜି ଫାଇନାଲ ଖେଳ ଭୁବନେଶ୍ୱରର ମହାଲକ୍ଷ୍ମୀ ଏକାଦଶକୁ ହରାଇ ଗୋପାଳପୁରର ଓମ୍ ସାଇ ଏକାଦଶ ଦଳ ବିଜୟୀ ହୋଇଛି । ଓମ୍‌ସାଇ ଦଲ ପ୍ରଥମ ବ୍ୟାଟିଂ କରି ୧୭ ଓଭରରେ ୧୯୧ ରନ୍ କରିଥିବା ବେଳେ ମହାଲକ୍ଷ୍ମୀ ଏକାଦଶ ଦଳ ୧୨ ଓଭରରେ ସମସ୍ତ ଖେଳାଳି ଆଉଟ୍ ହୋଇ ୧୭୦ ରନ୍ କରିଥିଲେ । ବିଜୟୀ ଓମ୍‌ସାଇ ଦଳକୁ ଟ୍ରଫି ସହ ୧୫୦୦୧ ଟଙ୍କା ଏବଂ ଉପବିଜେତା ଦଳ ମହାଲକ୍ଷ୍ମୀ ଏକାଦଶକୁ ଟ୍ରଫି ସହ ୧୦୦୦୧ ଟଙ୍କା ପୁରସ୍କାର ଦିଆଯାଇଥିଲା । ଅତିଥି ଭାବେ ଅଗସ୍ତିନୂଆଗାଁ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ବାପି ଦାସ, ସିଲୁ ଦାସ ଓ ଏ.ଗୁରେୟା ପ୍ରମୁଖ ଯୋଗଦେଇ କୃତୀ ଦଳ ଓ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଗୋପାଳପୁରର ଓମ୍ ସାଇ ଏକାଦଶ ଦଳର ରାଜେଶକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ୍ ଏବଂ ଶ୍ରେଷ୍ଠ ବୋଲର ଭାବେ ମହାଲକ୍ଷ୍ମୀ ଏକାଦଶର ରଶ୍ମିକୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ