ଉତ୍କଳମଣୀ ଗୋପବନ୍ଧୁ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ସୁବର୍ଣ୍ଣମୁଖୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣୀଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ଟ୍ରଷ୍ଟ ସଭାପତି ବନମାଳୀ ପୃଷ୍ଟିଙ୍କ ସଭାପତିତ୍ୱରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ଦୀର୍ଘ ବର୍ଷ ଧରି ଚାଲିଥିବା ଟ୍ରଷ୍ଟର ବହୁ ଜନହିତକାରି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ନିମନ୍ତ୍ରିତ ଅତିଥି ଭାବେ ସରପଞ୍ଚ ବଦ୍ରୀନାରାୟଣ ରାଉତ, ବିଶିଷ୍ଟ ସମାଜସେବୀ ଶରତ ଚନ୍ଦ୍ର ଜେନା, ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ଚରଣ ବରାଳ, ବିଦ୍ୟାଧର ପଣ୍ଡା, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଯୋଗଦେଇ ଉତ୍କଳମଣୀଙ୍କ ଜୀବନୀ ସହିତ ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ଅକ୍ଷୟ ଶତପଥି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଜେନ୍ଦ୍ର ବେହେରା ସଭା ପରିଚାଳନା ଓ ଐରିଗଞ୍ଜନ ଦର୍ପନାରାୟଣ ବରାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପ୍ରାୟ ୧୦୦ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ଓ ଶାଢ଼ୀ ପ୍ରଦାନ କରାଯାଇଥିଲା। ତୃତୀୟ ବାର୍ଷିକ ଉତ୍ସବକୁ ଟ୍ରଷ୍ଟର ସଦସ୍ୟ ଉପେନ୍ଦ୍ର ମହାରଣା, ଅଶ୍ୱିନୀ ରଥ, କୁଳମଣି ରାଉତରାୟ, ଦିଲ୍ଲୀପ ଜେନା, କୀର୍ତ୍ତନ ଚନ୍ଦ୍ର ଜେନା, ରାମଚନ୍ଦ୍ର ସ୍ୱାଇଁ, ଶ୍ରୀଧର ବୋଇତାଇ, ରବିନ୍ଦ୍ର ମଳିକ, ଶଶିକାନ୍ତ ବାରିକ, ସରୋଜ ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।


