ସମାଜସେବୀ ବିଦ୍ୟାଧର ସାହୁଙ୍କ ପରଲୋକ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ବାସିନ୍ଦା ସମସ୍ତଙ୍କର ଜଣାଶୁଣା ପ୍ରାକ୍ତନ ସମବାୟବିତ ସମାଜସେବୀ ତଥା ପରୋପକାରୀ ବିଦ୍ୟାଧର ସାହୁ ( ୬୧)ଙ୍କଶୁକ୍ରବାର ସକାଳ ସମୟରେ ପରୋଲୋକ ହୋଇଛି। ସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ହୋଇ ଘରୋଇ ଚିକିତ୍ସିତଧିନ ଥିଲେ।ଗୁରୁବାର ସନ୍ଧ୍ୟାରେ ବିଦ୍ୟାଧର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଚିକିତ୍ସିତଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ଏହି ବିୟୋଗରେ ପ୍ରସାରିତ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ଭଗବାନପୁର ଗ୍ରାମ ସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଦଳର ନେତା ଓ କର୍ମୀ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହିତ ସମବାୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ। ଅପରାହ୍ନ ନିଜ ପୈତୃକ ସ୍ଥାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।


