ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ କେନ୍ଦ୍ରାପଡାରେ ସାମାଜିକ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶାର ଅପ୍ରତିଦ୍ୱନ୍ଦୀ ଜନନାୟକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୫ତମ ଜନ୍ମ ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସଦର ମହକୁମା ଠାରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଶନିବାର ସକାଳ ୮ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରାଯିବା ପରେ ମହାବିଦ୍ୟାଲୟ ପରିସରକୁ ସଫେଇ କରାଯାଇଥିଲା । ଏଥିସହିତ କଲେଜ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା । ସହରର ତିନିମୁହାଣି ଛକରେ ସଫେଇ କରାଯିବା ସହ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହାପରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଅନ୍ତେବାସୀ ରୋଗୀମାନଙ୍କୁ ଏବଂ ଗରାପୁରସ୍ଥିତ ଅନାଥାଶ୍ରମରେ ଅସହାୟମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଶେଷରେ ବିଧାୟକଙ୍କ ଡିଜିଟାଲ କାର୍ଯ୍ୟାଳୟରେ କେକ କଟାଯାଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ପାଳନ କରାଯାଇଥିଲା । ଜିଲ୍ଲା ବିଜୁ ଛାତ୍ର ଜନତାଦଳ ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହିସବୁ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଛାତ୍ର ବିଜେଡିର ଚିତ୍ତରଞ୍ଜନ ଦାସ, ସ୍ୱରୂପ ରାଉତରାୟ, ଦେବାଶିଷ ସ୍ୱାଇଁ, ବିରାଜ ସିଂ, ପ୍ରକାଶ ସାହୁ, ଅଭିଷେକ ସ୍ୱାଇଁ, ସତାବ୍ଦି ମହାନ୍ତି, ପ୍ରତାପ ସାହୁ, ମାନସ ସାହୁ, ପ୍ରିତମ ରାଉତ, ଶୁଭମ ସାହୁ, ମାନସରଞ୍ଜନ ପରିଡା, ଶୁଭମ ବେହୁରା, ମହେନ୍ଦ୍ର ମିଶ୍ର, ଦୁଷ୍ମନ୍ତ ମଲିକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜସ୍ୱଶୀ ଜୀବନ କାମନା କରି ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବେ କରିବାକୁ ଶପଥ ନେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ଠାରେ ମଧ୍ୟ ଛାତ୍ର ବିଜେଡି ପକ୍ଷରୁ ଡାକ୍ତରଖାନା ପରିସର ସଫେଇ କରାଯିବା ସହ ରୋଗୀଙ୍କୁ ଫଲ ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରିୟବ୍ରତ ପରିଡା, ନଗର ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ, ଜନ୍ମେଜୟ ସାହୁ, ସ୍ମୃତିରଞ୍ଜନ ପାଢୀ, ଟୁଇଙ୍କିଲ ପରିଡା, ଯାଜ୍ଞସେନୀ ରାଉତ, ଜ୍ୟୋତିର୍ମୟୀ ଦାସ, ଆକାଶ ସ୍ୱାଇଁ, ମାମୁନି ବଳବନ୍ତରାୟ, ଅନିରୁଦ୍ଧ ମଳିକ, ଅମରଜୀତ ସାମନ୍ତରାୟ, ଅଭିରାମ ବାରିକ, ମୃତ୍ୟୁଞ୍ଜୟ ମଳିକ, ପ୍ରିୟାଂଶୁ ଦାସ, ରାହୁଲ ପୁରୀ, ଜ୍ଞାନରଞ୍ଜନ ଜେନା, ମହମ୍ମଦ ପପୁ ପ୍ରମୁଖ ଯୋଗଦେଇ ଡାକ୍ତରଖାନାରେ ସଫେଇ କରିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ