ଓକିଲଙ୍କ ଚାମ୍ବରରୁ ସାମଗ୍ରୀ,ଟଙ୍କା ଚୋରି , ଥାନାରେ ଏତଲା

ମୋହନା, (ଅଂଶୁମାନ ପଣ୍ଡା):ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଜନସେବା କେନ୍ଦ୍ର ତଥା ମୋଦିକେର ବିତରଣ କେନ୍ଦ୍ର ଓ ଓକିଲଙ୍କ ଚାମ୍ୱେରରୁ ପ୍ରସାଧନ ସାମଗ୍ରୀ ଓ ଟଙ୍କା ଚୋରୀ ହୋଇଛି। ଘଟଣାରୁ ପ୍ରକାଶ ରବିବାର ରାତି ୧୦ଟା ୩୦ରେ ମୋଦିକେର ବିତରଣ କେନ୍ଦ୍ର ତଥା ଜନସେବା କେନ୍ଦ୍ର ମାଲିକ ବିକାଶ ସାହୁ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କେଉଁ ଦୁବୁର୍ତ୍ତ ଦୋକାନ ଚାବି ପଡ଼ିଥିବାର ସୁଯୋଗ ଦେଖି କବାଟ ତାଲା ଭାଙ୍ଗି କଳା କନା ବୁଲେଇ ସାମଗ୍ରୀ ଓ ଟଙ୍କା ଚୋରୀ କରି ଫେରାର ହୋଇଯାଇଛନ୍ତି। ସୋମବାର ସକାଳୁ ଦୋକାନ ମାଲିକ ଆସି ଦୋକାନ ଖୋଲିବା ପାଇଁ ଗଲାବେଳେ ଦୋକାନର କବାଟରେ ତାଲା ନାହିଁ। କାଵଟ ଖୋଲି ଦେଖିଲା ବେଳେ ଗୋଟିଏ ପାର୍ଶ୍ୱର ସେଲଫରୁ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାବୁନ , ତେଲ, ଔଷଧ, ସାମ୍ପୁ ଓ ଅନ୍ୟାନ୍ୟ ସାମଗ୍ରୀ ନାହିଁ।ରଖିଥିବା ନଗଦ ୭ ହଜାର ଟଙ୍କା ମଧ୍ୟ ନାହିଁ। ଅପରପକ୍ଷେ ପଡିଶାରେ ରହିଥିବା ଓକିଲ ଚାମ୍ବରରୁ ମଧ୍ୟ ତାଲା ଭାଙ୍ଗି ହୁଣ୍ଡିରେ ରହିଥିବା ୫ ହଜାର ନଗଦ ଟଙ୍କା ଚୋରି କରି ନେଇ ଥିବା ଜଣାପଡିଛି। ଉଭୟ ବ୍ୟକ୍ତିଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଟିମ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପ୍ରକାଶ ଥାଉକି ବର୍ତ୍ତମାନ ଆଗକୁ କୁମାର ପୂର୍ଣ୍ଣିମା ଥିବା ବେଳେ ଜୁଆଡିଙ୍କ ପାଦୁର୍ଭାବ ଅଞ୍ଚଳରେ ବଡିବାରେ ଲାଗିଛି । ଆଗକୁ ଚୋରି ଡକାୟତି ବଢିବାର ଆଶଙ୍କା ଦେଖାଦେଇଛି । ଏଣୁ ପୁଲିସ ପକ୍ଷରୁ ରାତ୍ରକାଳୀନ ପେଟ୍ରୋଲିଙ୍ଗକୁ ଜୋରଦାର କରିବାକୁ ବୃଦ୍ଧିଜୀବି ମହଳରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ