୬୫ କେଜି ଗଞ୍ଜେଇ ସହ କାର ଜବତ, ୨ ଗରିଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଆର୍‌.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟି୍ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଲୁହାଗୁଡି ଚାନ୍ଦିପଟ ରାସ୍ତାରେ ଏକ ହୋଣ୍ଡା ସିଟି କାର ନଂ ଡବ୍ଲ୍ୟୁବି ୦୨ ଏସ୍ ୯୬୮୪ ଦୃତ ବେଗରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ମଧ୍ୟରୁ ୩ଟି ଜରି ବସ୍ତାରେ ୬୫ କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଯହାର ବଜାରରେ ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡ ରାଜ୍ୟର କୋଟେରମା ଗ୍ରାମର ଗଞ୍ଜେଇ ମାଫିଆ ମୁଶାରଫ ଆଲାମ (୧୯) ଓ ବିହାର ରାଜ୍ୟର କୋଟଆଲି ଥାନା ଅନ୍ତର୍ଗତ କମନା ନେହୁର ଗ୍ରାମର ସୁରଜ ମେହେତୋ (୨୩)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାରକୁ ଜବତ କରାଯାଇଛି । ଏହି ଗଞ୍ଜେଇ ମାଫିଆମାନେ ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତରୁ ଗଞ୍ଜେଇ ସଂଗ୍ରହ କରି ବିହାର ରାଜ୍ୟର ପାଟଣା ସହରକୁ ଚୋରାଚାଲାଣ କରୁଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲାରୁ ବାହାର ରାଜ୍ୟ ବିଶେଷ କରି ବିହାର, ଝାଡଖଣ୍ଡ ଆଦି ରାଜ୍ୟର ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇପଡିଛନ୍ତି । ବର୍ଷ ସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଗଞ୍ଜେଇ ଚାଲାଣ ରୋକିବା ପାଇଁ ଗଜପତି ପୋଲିସ ସଫଳତା ହାସଲ କରୁଥିଲେ ହେଁ ଏହି ବାହାର ରାଜ୍ୟର ମାଫିଆମାନେ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଯାଇ ଗଞ୍ଜେଇ କାରବାର ଜାରି ରଖିଛନ୍ତି । ଜିଲ୍ଲାର ବିଶେଷ କରି ମୋହନା, ଅଡବା, ଆର୍‌.ଉଦୟଗିରି ଆଦି ୩ଗୋଟି ଥାନା ପକ୍ଷରୁ ଗଞ୍ଜେଇ ଚଢାଉ ଅଭିଯାନ ପାଇଁ ଦିନରାତି ଏକ କରି ଯାଞ୍ଚ ଚଢଉ ଆଦି ମଧ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ