ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ନେହେରୁ ଯୁବ କେନ୍ଦ୍ରର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା “କ୍ଲିନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନ ଯଥା ଗଜପତି ଷ୍ଟାଡିୟମ, ସିୟୁଟିଏମ୍ ସ୍କୁଲ ପରିସର, ଜିଲ୍ଲା କୃଷିକାର୍ଯ୍ୟାଳୟ ପରିସର, ହାଟପଦା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାସ୍ତା ଆଦି ସମେତ ବହୁ ସ୍ଥାନରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫେଇ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ସଂଗ୍ରହ କରିଥିଲେ । ଏଥିରେ ଅନ୍ୟମାନଙ୍କମଧ୍ୟରେ ଜିଲ୍ଲାର ୭ଗୋଟି ବ୍ଲକର ନେହେରୁ ଯୁବ କେନ୍ଦ୍ରର ୧୪ଜଣ ସ୍ୱେଚ୍ଛାସେବୀମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିବା ସହ ଯଥା ସମ୍ଭବ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବା ଲାଗି ସଚେତନତା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷୀକା ମୋହିନୀ ପ୍ରଧାନ ଓ ଅନ୍ୟନ୍ୟ କର୍ମଚାରୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।


