ମାଇଁ ଏନ୍‌.ସି.ସି. ଆଲୁମିନି ଆସୋସିଏସନ୍‌ର ବିଦ୍ୟାଳୟ ସ୍ତରୀୟ କୋରୋନା ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଆଲୁମିନି ଆଶୋସିଏସନ୍ ପକ୍ଷରୁ ତୃତୀୟ ଲହର କୋରୋନା ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମର ଅପୂର୍ବ ସଫଳତା ପରେ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡେରାବିଶ୍ ଉଚ୍ଚବିଦ୍ୟାଳୟ, ଡେରାବିଶ୍‌, ଫକିରାବାଦର ରାମଚନ୍ଦ୍ର ନୋଡାଲ୍ ଉଚ୍ଚବିଦ୍ୟାଳୟ, ନିକିରାଇର ମହାବୀର ସରକାରୀ ଉଚ୍ଚବିଦ୍ୟାଳୟ୍‌, ତରାଣ୍ଡୋ ଉଚ୍ଚବିଦ୍ୟାଳୟ ଓ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ସନ୍ଥପୁରା ବିଦ୍ୟାଳୟ ମାନଙ୍କରେ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଚଳଚିତ୍ର ଜଗତର ଶିଶୁ କଳାକାର ତେଜ୍ ତନ୍ମୟ ଉପସ୍ଥିତ ରହି ଆସୋସିଏସନ୍ ପକ୍ଷରୁ ସଚେତନତାର ବାର୍ତା ପହଂଚାଇଥିଲେ । ଯାହାକୁ ଉପରୋକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭୁୟସୀ ପ୍ରଶଂସା କରିବା ସହ ଏହିଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହିପରି ଜନମଙ୍ଗଳ ଭିତିକ କାର୍ଯ୍ୟକ୍ରମରେ ବର୍ତ୍ତମାନର ଏନ୍‌.ସି.ସି. ବାଳକ ବିଭାଗର ରତିକାନ୍ତ ସେଠୀ, ଚିତରଞ୍ଜନ ଦାସ, ଅଜିତ୍ ମହାନ୍ତି ଏବଂ ସୁଜିତ୍ କୁମାର ସେଠୀ, ଏନ୍‌.ସି.ସି. ବାଳିକା ବିଭାଗ ର ପୂର୍ଣିମା ଯେନା, ଏବଂ ପ୍ରୀତିପଦ୍ମା ଆଚାର୍ଯ୍ୟଙ୍କ ସମେତ ମାଇଁ ଏନ୍‌.ସି.ସି. ଆଲୁମିନି ଆସୋସିଏସନ୍ ର ସଭାପତି ପ୍ରଭାସିନି ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପୋଥାଳ, ହରଯକ୍ଷ କେଶରୀ ଯେନା, ଦେବକାନ୍ତ କର, ଏମ୍‌ଡି. ସାଜିଦ୍ ଖାନ୍‌, ମିନତୀପ୍ରଭା ସ୍ୱାଇଁ, ଶୁକାନ୍ତ କିଶୋର ବିହାରୀ, ଦିପ୍ତି ରଞ୍ଜନ ରାଉତ, ନିର୍ଝରଣୀ ପଣ୍ଡା, ସୌମ୍ୟଶ୍ରୀ ନାୟକ, ଏମ୍‌ଡି. ରିୟାଜୁଦ୍ଦିନ୍‌, ଅନୁପ କୁମାର ରାଉତ, ରଞ୍ଜନ କୁମାର ଲେଙ୍କା, ଦେବପ୍ରସନ୍ନ ସ୍ୱାଇଁ, ରାଧେଶ୍ୟାମ ରାଉତ, ଏଲିନା ଯତି, ବିଶ୍ୱମିତ୍ରା ସାହୁ ଏବଂ ଶୁଭଶ୍ରୀ ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ