ପଲିଥିନମୁକ୍ତ କ୍ୟାମ୍ପସ ଉପରେ ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପଲିଥିନ ମୁକ୍ତ କ୍ୟାମ୍ପସ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ୨୦ଟି ଶିକ୍ଷାନୁଷ୍ଠାନର ଇକୋକ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇଥିଲେ । କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଇକୋ ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗରଦପୁର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ନବଘନ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏଚ.ଆର.ସି. ସଭାପତି କେଦାର ନାଥ ସାମନ୍ତରାୟ, ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ପରିଡା, ପ୍ରଧାନ ଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ସାହୁ, ସମ୍ମାନୀତ ବକ୍ତା ଭାବରେ ଅଧ୍ୟାପିକା ପ୍ରବଣା ରଥ, ଶିକ୍ଷକ ପ୍ରସନ୍ନ କୁମାର ନାୟକ “ପଲିଥିନ ମୁକ୍ତ କ୍ୟାମ୍ପସ” ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଇକୋ କ୍ଲବର ଜିଲ୍ଲା ସଂଯୋଜକ ପରିବେଶବିତ ଗୋପିନାଥ ଦାଶ ଇ.ଉ.ସି.ପି. ବାର୍ଷିକ ବିବରଣୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ୧୦ଟି ଚନ୍ଦନ ଗଛର ଚାରା ବଂଟନ କରିଥିଲେ । କବି କୁଞ୍ଜ ବିହାରୀ ପାଣି ପ୍ଲାଷ୍ଟିକ ମୁକ୍ତ ପରିସର ପାଇଁ ଉଦଘାଟନୀ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ । ପରିଶେଷରେ ମାଷ୍ଟର ଟ୍ରେନର ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ