ମୋ ସ୍କୁଲ ଅଭିଯାନକୁ ପୁରାତନ ବିଦ୍ୟାର୍ଥୀଙ୍କ ଆର୍ଥିକ ସହାୟତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ସ୍ଥିତ ବଳଦେବ ଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ୧୯୯୭/୯୮ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ ଅଭିଯାନ ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦଳାଇ, ରଘୁନାଥ ମହାରଣା, ଶରତ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଗଦାଧର ସାମଲ, ବିଜୟ କୁମାର ମଲ୍ଲିକ, ଏସ କେ ଇମାମୁଲ, ମୁଖ୍ୟବକ୍ତା ଭାବେ ସୁଧାକର ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସମ୍ପର୍କରେ ସେତୁକୁ ସଦୃଢ଼ କରିଥାଏ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ, ଦାମୋଦର ଶତପଥି, ମୋନାଲିସା କର, ଅମୂଲ୍ୟ କୁମାର ମଲ୍ଲିକ, ଶୁଭେନ୍ଦୁ କୁମାର ମଲ୍ଲିକ, କେଦାର ସେନ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ମୋ ସ୍କୁଲ ଅଭିଯାନକୁ ଛାତ୍ରଛାତ୍ରୀ ମାନେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ପୁରାତନ ବିଦ୍ୟାର୍ଥୀ ଦୀପକ ରାଉତ, ଦେବାଶିଷ ରାଉତ, ଅଶୋକ ମଲ୍ଲିକ, ରମେଶ ରାଉତ, ରମେଶ ସାହୁ, ନର୍ମଦା ଖୁଣ୍ଟିଆ, ମଧୁସ୍ମିତା ବଳ, ରଶ୍ମିତା ରାୟ, ଅନିତା ସାହୁ, ଅମୂଲ୍ୟ ବେହେରା, ଅଭୟ ସେଠୀ, ମାମିନା ରାଉତ, ସଦୀପ୍ତା ଧଳ, କଲ୍ୟାଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।


