ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ଶିକ୍ଷକ ଅଭିବାବକ ସମ୍ମିଳନୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଆବାହନ ଏବଂ ସ୍ଥାନୀୟ ସରପଞ୍ଚ ଅନୀଲ୍ କୁମାର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିଆରସିସି ସନ୍ତୋଷ କୁମାର ନାୟକ, ଅଙ୍ଗନୱାଡ଼ି କର୍ମୀ ଗୀତାଞ୍ଜଳି ପାଣିଗ୍ରାହୀ, ଆଶା କର୍ମୀ ମଞ୍ଜୁଳା ବିଷୋୟୀ ଏବଂ ୱାର୍ଡ୍ ମେମ୍ବର ନିମାଇଁ ଚରଣ ନାୟକ ଯୋଗ ଦେଇଥିବା ବେଳେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଗଣତାନ୍ତ୍ରିକ ପଦ୍ଧତିରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରିଥିଲେ I ନୂତନ କମିଟିର ଅଧ୍ୟକ୍ଷ ଭାବେ ଡାକ୍ତର ପୋଲେଇଙ୍କୁ ମନୋନୀତ କରାଯାଇଥିବା ବେଳେ ଉପାଧ୍ୟକ୍ଷା ଭାବେ ସନ୍ତୋଷିନୀ ବରାଡ଼ଙ୍କୁ ମନୋନୀତ କରାଯାଇଥିଲା I ସେହିପରି ଅନ୍ୟାନ୍ୟ ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ସ୍ୱାଇଁ, ମନୋଜ କୁମାର ଗୌଡ଼, ରାଜକିଶୋର ବିଷୋୟୀ, ଆକୁଳ ନାଇକ, ସୁଶାନ୍ତ ଜେନା, ମାମୁନି ସ୍ୱାଇଁ, ସାବିତ୍ରି ପରିଡ଼ା, ସୁଲତା ରଥ,ରଞ୍ଜନୀ ଖଟେଇ ଏବଂ ଟୁନି ନାଇକ ପ୍ରମୁଖ ମନୋନୀତ ହୋଇଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରବୀନ୍ଦ୍ର କୁମାର ମେଲାକ, ଆରତୀ ଶତପଥୀ, ସନ୍ତୋଷ କୁମାର ସାହୁ, ତନୁ ବେହେରା, ଅକ୍ଷୟ କୁମାର ଜେନା,ଗୀତାଞ୍ଜଳି ମିଶ୍ର ଅରବିନ୍ଦ କୁମାର ସାହୁ, ସନତ କୁମାର ଗୌଡ଼, ଅଜିତ କୁମାର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ I


