ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାରିଙ୍ଗିବାଡ଼ି ଗସ୍ତ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୁଇ ଦିନିଆ ଦାରିଙ୍ଗିବାଡ଼ି ଗସ୍ତରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଗୁରବାର ଦିନ ସନ୍ଧ୍ୟା ସମୟରେ ମନ୍ତ୍ରୀ ଦାରିଙ୍ଗବାଡ଼ି ପହଂଚିଥିବା ବେଳେ ଶୁକ୍ରବାର ଦିନ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମ ରହିଥିଲା  । ହେଲେ ଏହା ପୂର୍ବରୁ ଶାସକ ଦଳର ମନ୍ତ୍ରୀଙ୍କୁ ଘାରିଛି ଅଣ୍ଡାମାଡ଼ ଭୟ ସହ କଳା ପତାକା ପ୍ରଦର୍ଶନ ଭୟ । ମନ୍ତ୍ରୀ କାର୍ଯ୍ୟକ୍ରମକୁ ବାହାରିବା ପୂର୍ବରୁ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଦାରିଙ୍ଗବାଡ଼ି ପୋଲିସ ଘରୁ ଉଠାଇ ନେଇଛି । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୁଏତ ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ ଆଶଙ୍କାରେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଦାରିଙ୍ଗବାଡ଼ି ସ୍ଥିତ ଫରେଷ୍ଟ ବଙ୍ଗଳାରେ ଅଟକ ରଖିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ ପ୍ରତାପ ଜେନାକୁ ବିରୋଧ କରିଛନ୍ତି । କଂଗ୍ରେସ ନେତ୍ରୀ ସିମଲାରାଣୀ ପଡ୍ରା, ବିଳାସିନୀ ନାୟକ, କଂଗ୍ରେସ ବ୍ଲକ ସଭାପତି ପ୍ରଦୀପ ନାୟକ, କାଳୀପ୍ରସାଦ ମଲିକ, ଏଲନ ନାୟକ, ତିଆଡି ନାୟକ, ପିତର ଦିଗାଲ, ସନ ଦିଗାଲ, ବିଜେପି ମହିଳା ବ୍ଲକ ସଭାପତି ସୋନାଲି ପ୍ରଧାନ, ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ , ସାଧାରଣ ସମ୍ପାଦକ ମିଟୁ ସାହୁ ପ୍ରମୁଖଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି  ।
Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ