କିଶୋରୀ ବାଳିକା ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ଦଡ଼କଙ୍ଗିଆ ପଞ୍ଚାୟତରେ କିଶୋରୀ ବାଳିକା ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ସ୍ଵେଛାସେବୀ ଅନୁଷ୍ଠାନ ଏଇମ ଏସିଆ ପକ୍ଷରୁ ଦିନିକିଆ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ଦୁଗେରିକିଆ ଠାରେ ହୋଇଛି | ଆଦିବାସୀ ଅଧୁଷିତ ଅଞ୍ଚଳ ରେ କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ରେ ସଚେତନତା କାର୍ଯ୍ୟକ୍ରମ ହୋଇଛି |ସମୃଦ୍ଧି ସାଥି ସଂଯୋଜକ ସୁଧୀର ବସ୍ତି ରାୟ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିଥିଲେ l ଅଙ୍ଗନବାଡି ଓ ଆଶା କର୍ମୀ ବାଳିକା ମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ ରେ ବୁଝାଇ ତାର ନିରାକାରଣ ସମ୍ପର୍କ ରେ କହିଥିଲେ | ଅନୁଷ୍ଠାନ ପକ୍ଷରୁ ସାବୁନ, ସାନିଟାଇଜ଼ର, ଲୋକଙ୍କୁ ପ୍ରଦାନ କରାଯାଇ ଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ