ୟୁଥ ୱାରୀୟାର ସଙ୍ଗଠନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବଜାର ସ୍କୁଲ ର ବାହ୍ୟ ପରିସରରେ ବହୁତ ଦିନ ହେବ ମଇଳା ଆବର୍ଜନା ଭର୍ତ୍ତି ହୋଇ ରହିଥିଲା |ଲୋକମାନେ ଅନେକ ଅଭିଯୋଗ ପରେବି ଟିକାବାଲି ବଜାର କୁ ସଫାସୁତୁରା କରିବାକୁ ପ୍ରଶାସନ ନାରାଜ କାରଣ ଏଠାରେ ପ୍ରଶାସନ କାହାର ଶୁଣନ୍ତି ନାହିଁ |ତେଣୁ ଟିକାବାଲି ରେ ଚାଲିଥିବା ଯୁବ ସ୍ବେଛାସେବୀ ସଂଘଠନ ୟୁଥ ୱାରୀୟାର ତରଫରୁ ବଜାର ସ୍କୁଲ ପରିସର ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି l ଏଥିରେ ଯୁବ ସଂଗଠନ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ଅନେକ ଦିନ ଧରି ଏହି ବାହ୍ୟ ପରିସରରେ ଥିବା ଆବର୍ଜନା ଗୁଡିକ ପଡିରହିଥିଲା, ଯାହାକି ଦୂଷିତ ତଥା ସୌନ୍ଦର୍ଯ୍ୟହୀନ ଦେଖାଯାଉଥିଲା l ଏହାର ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ପରିସ୍ରାଗାର ନଥିବାରୁ ଅନେକ ସମୟରେ ଲୋକେ ଏଠାରେ ପରିସ୍ରା ତଥା ଆବର୍ଜନା କରୁଥିବା ଅଭିଯୋଗ ପରେ ୟୁଥ ୱାରୀୟାର ର ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ଟିକାବାଲି ସହର ର ଅଧିବାସୀ ମାନେ ଅନେକ ପ୍ରଶଂସା କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ